‘କଳାକୃତି’ର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ମାସିକ ସାଂସ୍କୃତିକ ପତ୍ରିକା ‘କଳାକୃତି’ର ସପ୍ତମ ପ୍ରତିଷ୍ଠା ଦିବସ ରବୀନ୍ଦ୍ରମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ନୃତ୍ୟଶାଳା ନିର୍ଦ୍ଦେଶକ ତଥା କଳାକୃତିର ମୁଖ୍ୟ ସଂପାଦକ ଅଶୋକ କୁମାର ଘୋଷାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରିୟଦର୍ଶି ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଓଡିଶାୀ ସଂଗୀତ ନାଟକ ଏକାଡେମିର ସମ୍ପାଦକ ପ୍ରଦୀପ ମିଶ୍ର, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସଂଗୀତା ଗୋସାଇଁ ଓ ନୃତ୍ୟଗୁରୁ ନବକିଶୋର ମିଶ୍ର ଯୋଗଦେଇ ନିଜର ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଯଶସ୍ୱୀଶିଳ୍ପୀ ମର୍ଦ୍ଦଳ ଗୁରୁ ଡ. ବନମାଳି ମହାରଣା ଓ ସଂସ୍କୃତି ପ୍ରତି ସମର୍ପିତା ସାମ୍ବାଦିକା ସୁମିତ୍ରା ସାହୁଙ୍କୁ ‘କଳାକୃତି ସମ୍ମାନ-୨୦୧୭’ ରେ ସମ୍ମାନୀତ କରାଯାଇଥିଲା। ଶେଷରେ ସଂପାଦକ ବିଷ୍ଣୁପଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହାପରେ ନୃତ୍ୟଶାଳାର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର