ଦାଦାବଟି ମାଗି ଆକ୍ରମଣ, ଯୁବକ ଗୁରୁତର

ଭୁବନେଶ୍ବର: ସହରରେ ୧୨ ଘଣ୍ଟିଆ କର୍ଫ୍ୟୁ ଜାରି ରହିଥିବା ବେଳେ ଦୁଇଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଦାଦା ବଟି ମାଗି ହତାଶ ହେବା ପରେ ଦୁଇଜଣ ଯୁବକ ଖଣ୍ଡା ଓ ଭୁଜାଲିରେ ହାଣି ପକାଇଛନ୍ତି। ଖଣ୍ଡଗିରି ଥାନା ଅଞ୍ଚଳ ଶ୍ୟାମପୁରରେ ଏହି ଅଘଟଣ ଘଟିଛି। ଆକ୍ରମଣରେ ବ୍ରହ୍ମାନନ୍ଦ ମଙ୍ଗରାଜ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ମଳିପଡ଼ାର ବ୍ରହ୍ମାନନ୍ଦ ମଙ୍ଗରାଜ ଗତରାତି ୧୨ଟା ୪୦ମିନିଟ୍‌ରେ ସାନ ଭାଇଙ୍କ ସହ ‌ଔଷଧ କିଣିବା ପାଇଁ ନୂଆ ଗାଁ ଛକକୁ ଯାଇଥିଲେ। ଶ୍ରୀକ୍ରୀଷ୍ଣା ଡ୍ରକ୍‌ ହାଉସ୍‌ରୁ ଔଷଧ ଆଣି ଫେରିବା ବେଳେ ବାଟରେ ତାଙ୍କ ସାମ୍ନାରେ ବାଇକ୍‌(ପଲସର ଓଡି ୦୨ ଏଲ୍‌ ୨୯୭୭) ରଖିଥିଲେ। ହାତରେ ଖଣ୍ଡା ଓ ଭୁଜାଲି ଧରିଥିଲେ। ଦାଦା ବଟି ମାଗିବା ସହ ନ ଦେଲେ ହାଣଇ ଦେବେ ବୋଲି କହିଥିଲେ। କିଛି ସମୟ ଯୁକ୍ତିତର୍କ ହେବା ପରେ ସେମାନେ ବ୍ରହ୍ମାନନ୍ଦଙ୍କୁ ହାଣି ପକାଇଥିଲେ। ଫଳରେ ତାଙ୍କର ହାତ ଓ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଏମ୍ରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ଖଣ୍ଡଗିରି ଥାନାରେ ଏତଲା ତିଆଯାଇଛି। ପ୍ରାଥମିକ ତଦନ୍ତରେ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି।

ସମ୍ବନ୍ଧିତ ଖବର