ଖଣ୍ଡା ଚୋଟ ପକାଇ ଅଟୋ ଚାଳକ ଗିରଫ

ଖଣ୍ଡଗିରି: ଜଣେ ପଥଚାରୀଙ୍କୁ ଖଣ୍ଡାରେ ଆକ୍ରମଣ ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଅଟୋ ଚାଳକ ଟୁକୁନା ଦାସ(୨୭)କୁ ଗିରଫ କରିଛି। ଗତ ୧୭ ତାରିଖ ରାତି ପ୍ରାୟ ୧୦ଟା ବେଳେ ଟୁକୁନା ଅଟୋ ନେଇ ଖଣ୍ଡଗିରିରୁ ପୋଖରୀପୁଟ ଫେରୁଥିଲା। ଗଣ୍ଡମୁଣ୍ଡା ଛକରେ ନିକଟସ୍ଥ ବସ୍ତିକୁ ଚାଲି ଚାଲି ଯାଉଥିବା କପିଳ ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କୁ ଟୁକୁନା ଅଟୋ ଧକ୍କା ଦେଇଥିଲା। ଏହାକୁ ନେଇ ଉଭୟ କପିଳ ଓ ଟୁକୁନା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କଥା ବଢ଼ିବାରୁ ଏକ ଖଣ୍ଡା ବାହାର କରି କପିଳଙ୍କ ମୁଣ୍ଡକୁ ଚୋଟ ପକାଇଥିଲା।

ସମ୍ବନ୍ଧିତ ଖବର