ବେବିରାଣୀ ଦାସ ଶ୍ରେଷ୍ଠ ଓଡ଼ିଆଣୀ, ରୀନା ମିଶ୍ର ସହ-ଶ୍ରେଷ୍ଠ ଓଡ଼ିଆଣୀ

‘ସଂଭାବନା’ ପକ୍ଷରୁ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଓ ଓଡ଼ିଆ ମହୋତ୍ସବ

ଭୁବନେଶ୍ୱର: ‘ସଂଭାବନା ’ ପକ୍ଷରୁ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଓ ଓଡ଼ିଆ ମହୋତ୍ସବ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ବରର ବେବିରାଣୀ ଦାସ ୨୦୨୨ର ଶ୍ରେଷ୍ଠ ଓଡ଼ିଆଣୀ ସ୍ଥାନ ଅଳଙ୍କୃତ କରିଥିବା ବେଳେ ସହ-ଶ୍ରେଷ୍ଠ ଓଡ଼ିଆଣୀ ଭାବେ ଭୁବନେଶ୍ବରର ରୀନା ମିଶ୍ରଙ୍କ ନାମ ଘୋଷଣା କରାଯାଇଛି। ‘ସଂଭାବନା’ର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସଂଗୀତ ନାଟକ ଏକାଡେମିର ଅଧ୍ୟକ୍ଷା ଅରୁଣା ମହାନ୍ତି ଉଦ୍‌ଘାଟକ ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖକ ଦାଶ ବେନହୁର, ସଂଗୀତ ଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ‘ଦିନଲିପି’ର ସଂପାଦିକା ଅନ୍ନପୂର୍ଣ୍ଣା ଦାଶ, କସ୍ତୁରିକା ପଟ୍ଟନାୟକ ଏବଂ ୨୦୨୧ର ଶ୍ରେଷ୍ଠ ଓଡ଼ିଆଣୀ ରଶ୍ମି ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଛନ୍ଦା ମିଶ୍ର ଅତିଥି ପରିଚୟ ଦେଇଥିବା ବେଳେ ପରିଚାଳନା ଟ୍ରଷ୍ଟି ତଥା ସଂପାଦକ ଦେବ ପ୍ରସାଦ ପରିଜା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।

ପ୍ରଥମ ଶ୍ରେଷ୍ଠ ଦଶ ସ୍ଥାନ ଅଧିକାର କରିଥିବା ଓଡ଼ିଆଣୀ ଭାବେ ରାଧାଶ୍ରୀ ମିଶ୍ର, ସଂଧ୍ୟାରାଣୀ ରଥ, ବିଦୁଲତା ସ୍ୱାଇଁ, ଲିପ୍ସା ଦାସ, ପଦ୍ମାଳୟା ଶତପଥୀ, ସୌଭାଗ୍ୟଲକ୍ଷ୍ମୀ ମହାନ୍ତି, ଜ୍ୟୋତ୍ସ୍ନାରାଣୀ ପାତ୍ର, ସୌଦାମିନୀ ମହାନ୍ତି ପ୍ରମୁଖଙ୍କ ନାମ ଘୋଷଣା କରାଯାଇଥିଲା। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ଧନ୍ୟବାଦ ଦେଇଥିଲେ। ଝାଡ଼ଖଣ୍ଡର ଷଢେଇକଳା ଖରସୁଆଁରେ ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟରତ କାର୍ତ୍ତିକ ପରିଚ୍ଛାଙ୍କୁ ଓଡ଼ିଆ ମହୋତ୍ସବ ସମ୍ମାନ-୨୦୨୨ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସିଦ୍ଧାନ୍ତ ଶତପଥୀ, ଛନ୍ଦା ମିଶ୍ର, ଅର୍ଣ୍ଣବ ପଣ୍ଡା ଓ ପୁଣ୍ୟତା ଦାଶ ଆଦି ମଧୁ ସଂଗୀତ ପରିବେଷଣ କରିଥିଲେ। ଦିବ୍ୟଜ୍ୟୋତି ଅନୁଷ୍ଠାନର କଳାକାରମାନେ ନୃତ୍ୟ ପରିବେଷଣ କରିଥିବା ବେଳେ ଶ୍ରୀଲଗ୍ନା ପତି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସଂଭାବନାର ସଦସ୍ୟ ରାଜଶ୍ରୀ ଶତପଥୀ, ସତ୍ୟବ୍ରତ ମହାପାତ୍ର, ପ୍ରଫୁଲ୍ଲ ଦେ ଓ ଗୁରୁ ପ୍ରସାଦ ଦାସ ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର