ରାଜଧାନୀରେ ମାତିଛନ୍ତି ବଣ୍ଟି-ବବଲି

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ପ୍ରେମୀଯୁଗଳ ଲୁଟେରା। ଏହି ପ୍ରେମୀଯୁଗଳ ବିଭିନ୍ନ ମଲ୍ ଓ ମାକେର୍ଟକୁ ଯାଇ ମହିଳାମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି। ବିଶେଷକରି ଦୁଇ ନମ୍ବର ମାର୍କେଟ୍‌ ବିଲ୍‌ଡିଂ ଏବେ ଏମାନଙ୍କ ନଜରରେ ରହିଛି। ସୁବିଧା ସୁଯୋଗ ଦେଖି ଧାରୁଆ‌ ବ୍ଲେଡ‌ରେ ଭ୍ୟାନିଟି କାଟି ଟଙ୍କା, ମୋବାଇଲ ଫୋନ, ଏଟିଏମ୍‌ ଆଦି ଲୁଟି ନେଉଛନ୍ତି। ଏଭଳି ଏକାଧିକ ଅଭିଯୋଗ ଏବେ କ୍ୟାପିଟାଲ ଥାନାରେ ପହଞ୍ଚିବା ପରେ ପୁଲିସ ସିସିଟିଭି ଫୁଟେଜ୍‌ ସହ ସମସ୍ତ ଘଟଣାର ଛାନଭିନ୍ ଆରମ୍ଭ କରିଛି। କିନ୍ତୁ ପ୍ରେମୀଯୁଗଳଙ୍କୁ ଗିରଫ କରିବା‌ରେ ପୁଲିସ ସକ୍ଷମ ହୋଇପାରିନାହିଁ।

ସୂଚନା ମୁତାବକ, ବାଲେଶ୍ବର ଖଇରା ଅଞ୍ଚଳର ରଶ୍ମିତା ନାୟକ ପରିବାର ସହ ଦୁଇ ନମ୍ବର ମା‌ର୍କେଟ୍‌କୁ ଯାଇଥିଲେ। ତାଙ୍କ କହିବା ଅନୁଯାୟୀ, ସୋ’ ରୁମ୍‌ ଭିତରେ ଜଣେ ଯୁବକ ଓ ଯୁବତୀ ତାଙ୍କ ପଛେପଛେ ବୁଲିଥିଲେ। ସେତେବେଳେ ତାଙ୍କ ମନରେ ସନ୍ଦେହ ହୋଇଥିଲା। ରଶ୍ମିତା ବାହାରକୁ ବାହାରି ଦେଖିଥିଲେ ଯେ ତାଙ୍କ ଜରି ବ୍ୟାଗ୍‌ କଟା ହୋଇଛି ଓ ସେଥିରେ ଥିବା ୬ ହଜାର ଟଙ୍କା, ଦୁଇଟି ଏଟିଏମ୍‌ ଓ ମୋବାଇଲ କେହି ଚୋରାଇ ନେଇଛି। ଏନେଇ ରଶ୍ମିତା କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର