‘ଭାରତ କେ ବୀର୍’ ବାଇକ୍‌ ଆରୋହୀଙ୍କୁ ସମ୍ବର୍ଧନା

ଭୁବନେଶ୍ବର: ସହିଦ ଯବାନଙ୍କ ପରିବାରଙ୍କୁ ଆର୍ଥିକ ସହାୟତାର ହାତ ବଢ଼ାଇବା ସହିତ ଫିଟନେ୍‌ସ୍ ସଚେତନତା ନେଇ ରୋଟାରି କ୍ଲବ୍ ଅଫ ଥାନେ ଏସେସ୍‌ ପକ୍ଷରୁ ଦେଶବ୍ୟାପୀ ଏକ ବାଇକ ଯାତ୍ରା ଆରମ୍ଭ ହୋଇଛି। ଚଳିତ ମାସ ୧୦ ତାରିଖରୁ ମୁମ୍ବାଇରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଓଡ଼ିଶାରେ ପହଞ୍ଚିଥିଲା। ରାଜଧାନୀରେ ଏହି ବାଇକ୍‌ ଯାତ୍ରୀମାନଙ୍କୁ ରୋଟାରି କ୍ଲବ୍‌ ଅଫ ଭୁବେନଶ୍ବର ନ୍ୟୁ ହରାଇଜନ୍ ପକ୍ଷରୁ ମଦର୍ସ ପବ୍ଲିକ୍ ସ୍କୁଲରେ ସମ୍ବର୍ଧିତ କରାଯାଇଥିଲା। ନ୍ୟୁ ହରାଇଜନ୍‌ର କର୍ମକର୍ତାମାନେ ବାଇକ୍ ଯାତ୍ରୀଙ୍କୁ ଫୁଲ ପକାଇ ସ୍ବାଗତ ଜଣାଇଥିଲେ।

ଏହି ଅବସରରେ ସ୍କୁଲରେ ଏକ ସମ୍ବର୍ଧିନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ରୋଟାରି ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଦେବାଶିଷ ମିଶ୍ର, ରୋଟାରିଆନ୍ ସଂଜୀବ ଜୈନ୍, ରୋଟାରିଆନ୍ ମିହିର ପଟେଲ ପ୍ରମୁଖ ଯୋଗ ଦେଇ ଏଭଳି କାର୍ଯ୍ୟର ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ରୋଟାରିଆନ୍ ଭି.ରୁକୁଣୀ ଦେବୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ରୋଟାରିଆନ୍ ପୁରବି ଦାସ ଏହି ବାଇକ୍ ଯାତ୍ରା ସଂପର୍କରେ ସୂଚନା ଦେଇଥିଲେ। ଶେଷରେ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରି କ୍ଲବ୍‌ ନ୍ୟୁ ହରାଇଜନ୍‌ର ସମସ୍ତ କର୍ମକର୍ତା ଯୋଗ ଦେଇଥିଲେ।
ଭାରତରେ ରୋଟାରିର ଶହେ ବର୍ଷ ଅବସରରେ ଏହି ବାଇକ୍ ଯାତ୍ରାର ନିଷ୍ପତ୍ତି ନିଆଯାଇଥିଲା। ୧୫ଜଣ ବାଇକ୍‌ ଆରୋହୀ ଦେଶର ୧୩ଟି ରାଜ୍ୟର ୮୦ଟି ସହର ଦେଇ ଆସନ୍ତା ୨୬ତାରିଖରେ ଥାନେରେ ପହଞ୍ଚିବେ। ଦେଶର ସ୍ବର୍ଣ୍ଣ ଚତୁର୍ଭୁଜ କୁହାଯାଉଥିବା ମୁମ୍ବାଇ, ଦିଲ୍ଲୀ, କୋଲକାତା ଓ ଚେନ୍ନାଇ ଦେଇ ଏହି ଯାତ୍ରା ଅନୁଷ୍ଠିତ ହେବ। ଏହି ସମୟରେ ୨୦ଟି ରୋଟାରି ଜିଲ୍ଲାର ୪୦ଟି ରୋଟାରି କ୍ଲବ୍‌ର ୫ଲକ୍ଷ କର୍ମକର୍ତାଙ୍କ ସହିତ ଭେଟି ଯାତ୍ରା ସଂପର୍କରେ ସଚେତନତା କରିବେ। ଏହି ୧୭ଦିନର ଯାତ୍ରା ସମୟରେ ଯାତ୍ରୀମାନେ ଏହାକୁ ଫେସବୁକ୍‌ ଜରିଆରେ ସିଧାସଳଖ ପ୍ରଦର୍ଶନ କରିବା ପାଇଁ ମଧ୍ୟ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର