ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିଶ୍ବ ମହିଳା ଦିବସ

ଭୁବନେଶ୍ବର: ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଛି। ସ୍ଥାନୀୟ କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରୋନା ସତର୍କତା ପାଇଁ ଏକ ରଥର ଉଦ୍‌ଘାଟନ କରିଥିଲେ। ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତିଙ୍କ ନେତୃତ୍ବରେ ଏହି ରଥ କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ମହିଳା କଂଗ୍ରେସ କର୍ମୀମାନେ କରୋନାର ଲକ୍ଷଣ ଓ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରଚାରପତ୍ର ବଣ୍ଟନ କରିଥିଲେ। ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ଦେଶ ଓ ରାଜ୍ୟରେ ଏବେ ମହିଳା ଅସୁରକ୍ଷିତ। ବିଜେପି ଓ ବିଜେଡି ସରକାର ମହିଳା ସଶକ୍ତୀକରଣ ଉପରେ ଡିଣ୍ଡିମ ପିଟୁଛନ୍ତି ଅଥଚ ଓଡ଼ିଶାରେ ପ୍ରତିଦିନ ୬ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ମହିଳାମାନଙ୍କ ସୁରକ୍ଷା ଆଜିର ଦିନରେ ସମସ୍ତଙ୍କ ପାଇଁ ବଡ଼ ଆହ୍ବାନ ହୋଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ସ୍ବାଧୀନବାଳା ଦାଶ, ଉମାରାଣୀ ପାତ୍ର, ସିପ୍ରା ସେନାପତି, କୁସୁମ ପ୍ରଧାନ, ଶ୍ରୀୟା ପଣ୍ଡା, ଶ୍ରେୟା ମହାନ୍ତି, ସୁବ୍ରତ ମହାପାତ୍ର, ଗାନ୍ଧୀ ଜେନା, ସୁଶାନ୍ତ ତ୍ରିପାଠୀ, ଜୟକୃଷ୍ଣ ସୁବୁଦ୍ଧି, ରସିକ ପଟ୍ଟନାୟକ, ରାଜକିଶୋର ବାରିକ, ଅଶୋକ ଦାଶ, ସଞ୍ଜୟ ନାୟକ, ଆଶିଷ ମଲ୍ଲିକ, ମନୋଜ ସାହୁ, ପ୍ରସନ୍ନ ନାୟକ, ଅକ୍ଷୟ ଦାସ, ଦେବରାଜ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର