ବିଆଇଆଇଟିଏମ୍‌ ଫେଷ୍ଟ-୨୦୧୮ ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର : ପଟିଆସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଷ୍ଟିିଚ୍ୟୁଟ୍‌ ଅଫ୍‌ ଆଇଟି ଏଣ୍ଡ୍‌ ମ୍ୟାନେଜମେଣ୍ଟ (ବିଆଇଆଇଟିଏମ୍‌) ପରିସରରେ ଆଜି ବିଆଇଆଇଟିଏମ୍‌ ଫେଷ୍ଟ୍‍-୨୦୧୮ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମହାସଲିଡ୍‌ ସିମେଣ୍ଟ୍‌ କମ୍ପାନିର ବରିଷ୍ଠ ଅଧିକାରୀ ସଞ୍ଜୀବ ଗୁପ୍ତା ଯୋଗଦେଇ ଛାତ୍ରଛାତ୍ରୀମାନେ ଅଧ୍ୟୟନ ବ୍ୟତୀତ ଅନ୍ୟାନ୍ୟ ବିଷୟରେ ମଧ୍ୟ ଦକ୍ଷତା ବୃଦ୍ଧି କରିବାର ଥିବା ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ଆଇଡିଆ ସେଲୁଲାର କମ୍ପାନିର ବରିଷ୍ଠ ଅଧିକାରୀ ମନୀଷ କିଶୋର, ବର୍ଜର ପେଣ୍ଟ୍‌ର ରାଜ୍ୟ ମୁଖ୍ୟ ସମ୍ବିତ୍‌ ଦାଶ, ହ୍ଵିର୍ଲପୁଲ ଇଣ୍ଡିଆର ରାଜ୍ୟ ମୁଖ୍ୟ ଶୋଭିତ ଅଗ୍ରଓ୍ଵାଲ୍‌ ପ୍ରମୁଖ ଏହି ଫେଷ୍ଟ୍‍ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ କରିବାରେ ବିଶେଷ ସହାୟକ ହେବ ବୋଲି କହିଥିଲେ। ଏହି ଅବସରରେ ଅନୁଷ୍ଠାନର ମାର୍କେଟିଂ ବିଭାଗର ଇ-ମାଗାଜିନ୍‌ ଭର୍ବାଟିନ୍‌କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ବି-ଫେଷ୍ଟ୍‍ରେ ବିଭିନ୍ନ ମ୍ୟାନେଜମେଣ୍ଟ୍‌ ଓ ଇଞ୍ଜିନୟରିଂ ଶିକ୍ଷାନୁଷ୍ଠାନରୁ ୫୦୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟରେ ୧୧ଟି ପ୍ରତିଯୋଗିତା ଅନୁଷ୍ଠିତ ହେବା ନେଇ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରତାପ କୁମାର ତ୍ରିପାଠୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର