‘ଚାଟାର୍ଡ ଆକାଉଣ୍ଟାଣ୍ଟସ ଡେ’ରେ ରକ୍ତଦାନ ଶିବିର: ୩୫ ୟୁନିଟ୍ ସଂଗୃହୀତ

ଭୁବନେଶ୍ବର: ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍ ଚାଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍‌ ଇଣ୍ଡିଆର ୭୪ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭୁବନେଶ୍ବର ଶାଖା ଓ ଆମ ଓଡ଼ିଶାର ମିଳିତ ଉଦ୍ୟମରେ ନୂଆପଲ୍ଲୀସ୍ଥିତ ଆଇସିଏଆଇ ଭବନଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ମୋଟ ୩୫ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଭୁବନେଶ୍ବର ଶାଖାର ଚେୟାରମ୍ୟାନ୍‌ ସିଏ ରଂଜନ କୁମାର ପୃଷ୍ଟି, ଭାଇସ୍ ଚେୟାରମ୍ୟାନ ସିଏ ପ୍ରଦୀପ କୁମାର ସାହୁ, ସେକ୍ରେଟାରି ସିଏ ଗଗନ ବିହାରୀ ଦାସ, ଟ୍ରେଜରର୍ ସିଏ ଶାଶ୍ବତ ତ୍ରିପାଠୀ, ଷ୍ଟୁ‌ଡେଣ୍ଟସ୍‌ ଆସୋସିଏସନ୍‌ର ଚେୟାରମ୍ୟାନ୍‌ ସିଏ ମହେନ୍ଦ୍ର ସାହୁ, ସିଏ ଜାହ୍ନବୀ ଦେଓ, ସିଏ ଗୌତମ ଲେଙ୍କା ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ।

ବ୍ରାଞ୍ଚ ଇନ୍‌ଚାର୍ଜ ସାଧୁଚରଣ ତ୍ରିପାଠୀ, ନରେଶ ଚନ୍ଦ୍ର ବିଶ୍ବାଳ ଓ ସନ୍ଦୀପ ନାରାୟଣ ମିଶ୍ର ଶିବିର ପରିଚାଳନା କରିଥିଲେ। ଅନୁଷ୍ଠାନର ପୂର୍ବତନ ସଦସ୍ୟ, ସମସ୍ତ ସହକର୍ମୀ ତଥା ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ। ଭୁବନେଶ୍ବର ମ୍ୟୁନିସିପାଲିଟି ରକ୍ତଭଣ୍ଡାରର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶା ସଂଯୋଜକ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର