ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ସ୍ଥାନୀୟ ଖଣ୍ଡଗିରି ଧର୍ମବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ବର୍ଷ ପାଳନ ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇ ୨୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ସମ୍ପାଦକ ଜ୍ଞାନରଂଜନ ସ୍ବାଇଁ ଶିବିରକୁ ଉଦ୍‌ଘାଟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶଶିଭୂଷଣ ଦାଶ ଓ ସହ-ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ଓଝା ଶିବିର ପରିଚାଳନା କରିଥବା ବେଳେ ସୁଶୋଭିତା ପଟ୍ଟନାୟକ ଓ ରବୀନ୍ଦ୍ରନାଥ ସେଠୀ ଓ ସମସ୍ତ ସହକର୍ମୀ ସହଯୋଗ କରିଥିଲେ। କଟକ କେନ୍ଦ୍ରୀୟ ରକ୍ତଭଣ୍ଡାର ସହକର୍ମୀମାନେ ଏହି ଶିବିରରୁ ରକ୍ତସଂଗ୍ରହ କରିଥିଲେ। ବିଦ୍ୟାଳୟର ସହକର୍ମୀ, ଅଭିଭାବକଙ୍କ ମଧ୍ୟରୁ ଶଶିଭୂଷଣ ଦାଶ, ସଂଜୟ ଦଳାଇ, ଟୁଲୁ ସୁବୁଦ୍ଧି, ନନ୍ଦିନୀବାଳା ଆଚାର୍ଯ୍ୟ, କନକଲତା ପ୍ରଧାନ, କଳ୍ପନା ମହାପାତ୍ର, ଶୁଭସ୍ମିତା ମହାନ୍ତି, ଜ୍ଞାନରଂଜନ ସ୍ବାଇଁ, ଅଭୟ ନାଥ, ରେଣୁକା ସାହୁ, ମାଧୁରୀଲତା ମହାପାତ୍ର ପ୍ରମୁଖ ଏହି ଶିବିରରେ ରକ୍ତଦାନ କରିଥିଲେ।

ସମ୍ବନ୍ଧିତ ଖବର