ବିଏମ୍‌ସିର ଅଭିନବ ପ୍ରୟାସ : ଚାପମୁକ୍ତି ପାଇଁ ମନସ୍ତତ୍ତ୍ବବିତ୍‌ଙ୍କ ସହ କଥା ‌ହେବାକୁ ପରାମର୍ଶ

ଭୁବନେଶ୍ବର : ଲକ୍‌ଡାଉନ୍ ଅବଧି ଆଉ ୧୩ଦିନ ଥିବା ବେଳେ ଏହି ସମୟରେ ଲୋକମାନେ ଯେପରି ଚାପଗ୍ରସ୍ତ ହେବେନି, ସେଥିପାଇଁ ବିଏମ୍‌ସି ୧୦ଟି ଟିପ୍ସ ଦେଇଛି। ଏହାସହ ମାନସିକ ଚିନ୍ତାରୁ ମୁକ୍ତି ପାଇବା ପାଇଁ ମନସ୍ତତ୍ତ୍ବବିତ୍‌ଙ୍କ ସହ କଥା ହେବାକୁ ପରାମର୍ଶ ଦେଇଛି। ଲୋକମାନେ ଯଦି ମାନସିକ ସ୍ତରରେ ଅସୁସ୍ଥ ଅନୁଭବ କରୁଥିବେ, ରାତିରେ ନିଦ ହେଉନଥିବ, ଚିଡିଚିଡ଼ା ଲାଗୁଥିବ, ନିଶା ଛାଡ଼ିଥିବାରୁ କିଛି ଅସୁବିଧା ହେଉଥିଲେ, ମନରେ କୌଣସି ପ୍ରକାରର ଭୟ ଥିଲେ, କରୋନା ଭୂତାଣୁଜନିତ କୌଣସି ଦ୍ବନ୍ଦ୍ବ ଥିଲେ ସେମାନେ ମନସ୍ତତ୍ତ୍ବବିତ୍‌ଙ୍କ ସହ କଥା ହୋଇ ପରାମର୍ଶ ନେଇପାରିବେ। ଏଥିପାଇଁ ବିଏମ୍‌ସି ପକ୍ଷରୁ ୩୮ଜଣ ମନସ୍ତତ୍ତ୍ବବିତ୍‌ଙ୍କ ନାମ, ନମ୍ବର, ସମୟ ଦିଆଯାଇଛି। ସକାଳ ୮ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଡାକ୍ତରମାନେ ଉପଲବ୍ଧ ହେବେ। ଏନେଇ ବିଏମ୍‌ସି ପକ୍ଷରୁ ଟ୍ବିଟରରେ ସବିଶେଷ ତଥ୍ୟ ଦିଆଯାଇଛି। ସେହିପରି ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଘରୁ ନବାହାରି ଲୋକମାନେ ପରାମର୍ଶ ମାନିଲେ ଚାପମୁକ୍ତ ରହିବେ।

ଧ୍ୟାନ, ଯୋଗ କିମ୍ବା ବ୍ୟାୟାମ କରନ୍ତୁ
ମନପସନ୍ଦ ଉପନ୍ୟାସ କିମ୍ବା
ବହି ପଢ଼ନ୍ତୁ
ପସନ୍ଦର ଗୀତ କିମ୍ବ‌ା ଫିଲ୍ମ ଦେଖନ୍ତୁ
ନିଜ ଭଲ ଅଭ୍ୟାସକୁ ଉପଭୋଗ କରନ୍ତୁ
ସମୟ ଅଭାବରୁ ଯେଉଁମାନଙ୍କ ସହ କଥ‌ା ହୋଇପ‌‌ାରୁ ନ ଥିଲେ ସେମାନଙ୍କୁ ଫୋନ୍‌ କରନ୍ତୁ
ପରିବାର ସହ ଅଧିକ ସମୟ ବିତାନ୍ତୁ
ବଗିଚା କାମରେ ନିଜକୁ ନିୟୋଜିତ କରନ୍ତୁ
ଘରର ବିଭିନ୍ନ ସାମଗ୍ରୀକୁ ଅଦଳବଦଳ କରି ସଜାଇ ରଖନ୍ତୁ
ଗୁଜବକୁ ବିଶ୍ବାସ କରନ୍ତୁନି, ସତ୍ୟ ଉପରେ ଧ୍ୟାନ ଦିଅନ୍ତୁ
ମନସ୍ତତ୍ତ୍ବବିତ୍ କିମ୍ବା ବନ୍ଧୁଙ୍କ ସହ କଥା ହୁଅନ୍ତୁ

ସମ୍ବନ୍ଧିତ ଖବର