ବ୍ୟବସାୟୀଙ୍କ ସହ ଆଲୋଚନା କଲା ବିଏମ୍‌ସି

ଭୁବନେଶ୍ବର: ରାଜଧାନୀବାସୀଙ୍କୁ ଯେପରି କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବାରେ ଅସୁବିଧା ନହୁଏ ସେଥିପାଇଁ ବିଏମ୍‌ସିର ତିନିଟି ଜୋନ୍‌ର ଜୋନାଲ ଡେପୁଟି କମିସନରମାନେ ଆଜି ସେମାନଙ୍କ ଅଞ୍ଚଳର ବ୍ୟବସାୟୀମାନଙ୍କୁ ଡାକି ଆଲୋଚନା କରିଛନ୍ତି। ଦକ୍ଷିଣ-ପୂର୍ବ ଜୋନ୍‌ରେ ଜୋନାଲ୍ ଡେପୁଟି କମିସନର ଅଂଶୁମାନ ରଥ, ଉତ୍ତର ଜୋନ୍‌ ଜୋନାଲ୍ ଡେପୁଟି କମିସନର ପ୍ରମୋଦ କୁମାର ପୃଷ୍ଟି ଏବଂ ଦକ୍ଷିଣ-ପଶ୍ଚିମ ଜୋନ୍‌ ଜୋନାଲ୍ ଡେପୁଟି କମିସନର ରବୀନ୍ଦ୍ର କୁମାର ଜେଠୀଙ୍କ ଅଧ୍ୟକ୍ଷତାରେ ବୈଠକମାନ ଅନୁଷ୍ଠିତ ହୋଇଥିଲା। ଏଥିରେ ଫଳ ଗୋଦାମ ହୋଲ୍‌ସେଲର, ପରିବା ଏବଂ ତେଜରାତି ଦୋକାନର ହୋଲ୍‌ସେଲର୍‌, ବଣିକ ସଂଘ ଇତ୍ୟାଦି ଯୋଗ ଦେଇଥିଲେ।

ଏଥିରେ ବ୍ୟବସାୟୀମାନଙ୍କୁ କୁହାଯାଇଥିଲା ଯେ, ସେମାନେ ଲୋକଙ୍କୁ ଧାର୍ଯ୍ୟ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବେ। ସଉଦା ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଆସୁଥିବା ଗାଡ଼ିଗୁଡ଼ିକ ଯେପରି ଦୋକାନକୁ ଆସିବ ସେଥିପାଇଁ ବ୍ୟବସ୍ଥା କରାଯିବ। ଖୁଚୁରା ବ୍ୟବସାୟୀଙ୍କୁ ବେପାର କରିବାକୁ ଅନୁମତି ମିଳିବ। କେତେକ ବ୍ୟବସାୟୀ ପ୍ରତିନିଧି କହିଥିଲେ ଯେ, ବ୍ୟବସାୟୀ ସଂଘକୁ ହ୍ୟାଣ୍ଡୱାସ୍ ଓ ସାନିଟାଇଜର୍ ଯୋଗାଇ ଦିଆଯାଉ। ଏହାଦ୍ବାରା ଦୋକାନକୁ ଆସୁଥିବା ଏବଂ ମାର୍କେଟ ଅଞ୍ଚଳକୁ ଆସୁଥିବା ଲୋକଙ୍କୁ ହାତ ଧୋଇବାକୁ କୁହାଯାଇପାରିବ।

ସମ୍ବନ୍ଧିତ ଖବର