ବିଏମ୍‌ସି ହସ୍ପିଟାଲରେ ରୋଗୀଙ୍କୁୁ ଏକ୍ସପାଏରି ସାଲାଇନ୍‌ ଦେବାକୁ ନେଇ ଉତ୍ତେଜନା

ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ବିଏମ୍‌ସି ଡାକ୍ତରଖାନାରରେ ଜଣେ ମହିଳାଙ୍କୁ ଏକ୍ସ୍‌ପ୍ୟାରି ସାଲାଇନ୍‌ ଦିଆଯିବାରୁ ସେଠାରେ ଉତ୍ତେଜନା ଦେଖା ଦେଇଛି। ମହିଳାଙ୍କ ତରଳ ଝାଡ଼ାର ଉପଚାର ପାଇଁ ଆସିଥିବା ବେଳେ କାର୍ଯ୍ୟରତ କର୍ମଚାରୀ ଏକ୍ସ୍‌ପ୍ୟାରି ସାଲାଇନ୍‌ ପ୍ରଦାନ କରିଥିଲେ। ଏହା ଦେଖି ମହିଳାଙ୍କ ପୁଅ ପ୍ରତିବାଦ କରିବାରୁ ଏହି ପରିସ୍ଥିତି ଉପୁଜିଥିଲା।

ମିଳିଥିବା ସୂଚନା ଅନୁଯାୟୀ କପିଳେଶ୍ୱର ଗ୍ରାମର ମୀନାକ୍ଷୀ ସାହୁ(୫୨)ଙ୍କ ତରଳ ଝାଡ଼ା ହେବାରୁ ରାତି ପ୍ରାୟ ୯ଟାରେ ସେ ବଏମ୍‌ସି ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ମନୋଜ ତ୍ରିପାଠୀ ତାଙ୍କୁ ସାଲାଇନ୍‌ ଦେବାକୁ କହିଥିଲେ। ତେବେ ମୀନାକ୍ଷୀଙ୍କ ପୁଅ ସୁବ୍ରତ ମେଡିସିନ୍‌ ଆଣିବାକୁ ଯାଇଥିବା ବେଳେ ସେଠାରେ କାର୍ଯ୍ୟରତ କର୍ମଚାରୀ ଡିଏମ୍‌ ବୈଠାଳୁ ଏକ ସାଲାଇନ୍‌ ଲାଗାଇଥିଲେ। ତେବେ ଏହା ଏକ୍ସପ୍ୟାରି ବୋଲି ସୁବ୍ରତ ଦେଖି କର୍ମଚାରୀକୁ ପ୍ରତିବାଦ କରିଥିଲେ। କାର୍ଯ୍ୟରତ କର୍ମଚାରୀ ଶ୍ରୀବୈଠାଳୁ ଏହି ସାଲାଇନ୍‌ ଦିଆଯାଏ ବୋଲି କହିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ଏନେଇ ଉତ୍ତେଜନା ଦେଖା ଦେଇଥିଲା। ପରେ କର୍ମଚାରୀ ଜଣକ ଏହାକୁ ଦେଖି ଏକ ନୂତନ ସାଲାଇନ୍‌ ଆଣି ଲାଗାଇଥିଲେ। ତେବେ ସେତେବେଳକୁ ସାଲାଇନ୍‌ ଶତକଡ଼ା ୧୫ଭାଗ ଦିଆସରିଥିଲା। ପରେ କାର୍ଯ୍ୟରତ ଡ଼ାକ୍ତ ଆସି ବୁଝାସୁଝା ପରେ ପରିସ୍ଥିତି ସୁଧୁରିଥିଲା। ତେବେ ଏହି ଏକ୍ସ୍‌ପ୍ୟାରି ସାଲାଇନ୍‌ ଯୋଗୁଁ କିଛି କ୍ଷତି ହେଲେ କିଏ ଦାୟି ହେବ ବୋଲି ସୁବ୍ରତ ପ୍ରଶ୍ନ କରିଛନ୍ତି। ଏନେଇ ହସ୍ପିଟାଲ ସିଏମ୍‌ଏମ୍‌ଓ ଡ ସଞ୍ଜୟ ରାୟ କିଛି କହିବାକୁ ମନା କରିଦେଇଛନ୍ତି।

ସୂଚନା ଥାଉକି ଗତକିଛି ଦିନ ପୂର୍ବରୁ ହସ୍ପିଟାଲ ସମସ୍ୟା ନେଇ ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ବିଧାୟକଙ୍କ ବାସ ଭବନ ଘେରାଉ ପରେ ବିଏମ୍‌ସି ମେୟର ବିଭିନ୍ନ ବିଭାଗକୁ ଦୁଇ ପୂର୍ବରୁ ଲେଖିଥିବା ଚିଠିକୁ ଧାରଣାରତ ଲୋକଙ୍କୁ ଦେଖାଇ ପ୍ରତିଶ୍ରୁତି ପରେ ଧାରଣାରେ ଥିବା ଲୋକ ସେଠାରୁ ଉଠିଥଲେ । ୬ମାସ ମଧ୍ୟରେ ଦାବି ଗୁଡ଼ିକ ପୂରଣ କରିବା ସହ ୧୦ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବାକୁ ମେୟର କହିଥିଲେ।

ସମ୍ବନ୍ଧିତ ଖବର