ରାଜଧାନୀର ହୋଟେଲ୍‌ ପାଇଁ ବିଏମସିର ‘କରୋନା’ ଗାଇଡ଼ଲାଇନ୍‌ ଜାରି

ଭୁବନେଶ୍ୱର: କରୋନା ଭାଇରସ ପାଇଁ ସମଗ୍ର ବିଶ୍ୱ ଚିନ୍ତିତ ଥିବା ବେଳେ ବିଏମ୍‌ସି ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଘରୋଇ ହୋଟେଲ୍‌ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ‘କରୋନା’ ସଂପର୍କିତ ଗାଇଡଲାଇନ୍‌ ଜାରି ହୋଇଛି। ବିଏମ୍‌ସି ପକ୍ଷରୁ ହୋଟେଲରେ ଅଧିକ ଭିଡ଼ର ଆୟୋଜନ ନ କରିବାକୁ ନିର୍ଦ୍ଦେଶ ହୋଇଛି। ସେହିପରି ହୋଟେଲରେ ପର୍ଯ୍ୟାପ୍ତ ପରିମାଣର ହ୍ୟାଣ୍ଡୱାସ ମହଜୁଦ ରଖିବାକୁ କୁହାଯାଇଛି। କାଲିଠାରୁ ବିଏମସିରେ କରୋନା ପାଇଁ ସ୍ୱତନ୍ତ୍ର ଡ଼େସ୍କ ଖୋଲିବ।

ସ୍ୱତନ୍ତ୍ର ଡେସ୍କ ସକାଳ ୯ ଟା ୩୦ ରୁ ବିଳମ୍ବିତ ରାତି ଯାଏଁ କାର୍ଯ୍ୟ କରିବ। କରୋନା ନେଇ ଲୋକଙ୍କୁ ସମସ୍ତ ସୂଚନା ଯୋଗାଇବ ଏହି ଡ଼େସ୍କ। ଏସଓପି ଗାଇଡଲାଇନ୍‌ ଅନୁସାରେ ୩ ଟି ଟିମ୍‌ ଗଠିତ ହେବ। ଗାଇଡଲାଇନ୍‌ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର