ପ୍ରବେଶପଥରେ ରାଜଧାନୀର ଚିତ୍ର

ଭୁବନେଶ୍ୱର: ‘ନିରନ୍ତର ବିକାଶ’ର ଚିନ୍ତାଧାରା ନେଇ ରାଜଧାନୀର ପ୍ରବେଶ ପଥ କୁହାଯାଉଥିବା ରସୁଲଗଡ଼ ଛକରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେବଳ ସ୍କ୍ରାପ୍‌ ବ୍ୟବହାର କରି ହେଉଥିବା ଏହି ସୌନ୍ଦର୍ଯ୍ୟକରଣ ଭାରତୀୟ ଜାତୀୟ ରାଜପଥ ପ୍ରାଧୀକରଣ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ୱେଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ମାନବ ଗୁପ୍ତା କରୁଛନ୍ତି। ଏଥିରେ ସହରର ପ୍ରସିଦ୍ଧ ସ୍ଥାନକୁ ଚିତ୍ରିତ କରାଯାଉଥିବା ବେଳେ ପ୍ରସ୍ତୁତ ହେଉଛି ଏକ ନିଆରା କଳାକୃତି। ଜଳ ଉତ୍ସର ପୁନର୍ବିନିଯୋଗ ଏହି କଳାକୃତିର ପ୍ରମୁଖ ବାର୍ତ୍ତା ହେବାକୁ ଯାଉଛି। ଖୁବ୍‌ଶୀଘ୍ର ଏହି ‘ପବ୍ଲିକ୍‌ ଆର୍ଟ’ ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗ ହେବାକୁ ଯାଉଛି। ରସୁଲଗଡ଼ ଓଭରବ୍ରିଜ୍‌ ତଳେ ଏହି କଳାକୃତି ନିର୍ମିତ ହେଉଥିବା ବେଳେ ପାଖରେ ଜେସିବି ସହ କ୍ରେନ୍‌ଗୁଡ଼ିକୁ ରଖାଯାଉଛି। ଏହାକୁ କେତେକ ପାର୍କିଂ ସ୍ଥଳ ଭାବରେ ବ୍ୟବହାର କରୁଛନ୍ତି। ଫଳରେ ଏଗୁଡ଼ିକ କଳାକୃତିକୁ ବିକୃତ କରିବାକୁ ଯାଉଛି। କଳାକୃତି ଲୋକାର୍ପିତ ପୂର୍ବରୁ ଏହି ଅସ୍ଥାୟୀ ପାର୍କିଂକୁ ଏଠାରୁ ହଟାଇବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର