୫-ଟି ସଚିବ ଆସ‌ିବେ ବୋଲି କ୍ୟାପିଟାଲ ହସ୍‌ପିଟାଲ ଚକାଚକ୍‌ !

ଭୁବନେଶ୍ୱର : ଯେଉଁଠି ଗଦା ଗଦା ଅଳିଆ ଥିଲା, ସେଠାରୁ ହସୁଛି ଫୁଲକୁଣ୍ଡ। ଦୁର୍ଗନ୍ଧ ବାଣ୍ଟୁଥିବା ଶିଡ଼ି ତଳୁ ମହମହ ବାସ୍ନା ଛୁଟି ଆସୁଛି। ଓଲଟା ବୁଲୁଥିବା ଫ୍ୟାନ୍‌ ସିଧା ବୁଲୁଛି। ତିନି ଗୋଡ଼ିଆ ଲୁହା ଚଉକି ହଟି ଯାଇଛି। ଗ୍ରିଲ୍‌ରୁ ଅଳନ୍ଦୁ ଉଭାନ୍‌ ହୋଇଯାଇଛି। କ୍ୟାପିଟାଲ ହସ୍‌ପିଟାଲର ସ୍ଥିତି ଆଜି ଏହିଭଳି ଦେଖିବାକୁ ମିଳିଥିଲା। କାରଣ ଆସନ୍ତାକାଲି କ୍ୟାପିଟାଲ ହସ୍‌ପିଟାଲ ଆସୁଛନ୍ତି ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌।

‘ମୋ ସରକାର’ ଛାଟ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଛାନିଆ କରିଛି। ବିଚାରବିମର୍ଶ କିମ୍ବା ତର୍ଜମା ନୁହେଁ, ବରଂ ନିଷ୍ପତ୍ତି ‘ଅନ୍‌ ଦି ସ୍ପଟ୍‌’ ହେଉଛି। ମୋ ସରକାର ଯୋଜନାର ବାସ୍ତବତା ପରୀକ୍ଷା ଲାଗି ସଚିବ ଆସୁଥିବାରୁ ମେଡିକାଲ ପରିସରରେ କର୍ତ୍ତୃପକ୍ଷ ଧୂଳିଟିଏ ରଖିବାକୁ ଚାହୁନାହାନ୍ତି।

ଧାର୍ଯ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ ନ କରି ଏଣେତେଣେ ଅଚାନକ୍‌ ପଶୁଥିବାରୁ ମେଡିକାଲ ପରିସର ଚକାଚକ୍‌ ହୋଇଛି। କୌଣସି ଅଭାବ ‌ଯେଭଳି ଦୃଶ୍ୟମାନ ହେବ ନାହିଁ, ସେ ନେଇ ଯଥାସାଧ୍ୟ ଉଦ୍ୟମ ଜାରି ରହିଛି। ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଝାଡ଼ୁପୋଛା ଚାଲିଥିବା ବେ‌‌ଳେ ଯେଉଁଠୁ ବର୍ଷ ବର୍ଷ ଧରି ଅଳିଆ‌ ଉଠୁନଥିଲା, ତାହା ପରିଷ୍କାର ହୋଇଛି।

ସମ୍ବନ୍ଧିତ ଖବର