ଡିଭାଇଡର୍‌କୁ ପିଟିଲା କାର୍‌, ଅଳ୍ପକେ ବର୍ତିଲେ ୧୦ ଯାତ୍ରୀ

ପୁରୁଣା ଭୁବନେଶ୍ୱର : ବିବେକାନନ୍ଦ ମାର୍ଗରେ ଏକ କାର୍‌ ଡିଭାଇଡରରେ ପିଟି ହୋଇଯିବାରୁ କାର୍‌ ଚାଳକ ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ହେଲେ ଦିବ୍ୟ ମହାନ୍ତି(୨୨)। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତେବେ ସେହି ବାଟରେ ଯାଉଥିବା ଜଣେ ସ୍କୁଟି ଚାଳକ ସାମାନ୍ୟ ଆହତ ହୋଇଥିବାବେଳେ ୧୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିି ଯାଇଥିଲେ। ସୂଚନା ଅନୁଯାୟୀ ନିକଟରେ ଥିବା ଏକ ଘରୋଇ ବ୍ୟାଙ୍କରୁ ଗାଡ଼ିଟି ବାହାର କରିବା ବେଳେ ଚାଳକ ଜଣକ ବ୍ରେକ୍‌ ବଦଳରେ ଏକ୍ସିଲିଟର୍‌ରେ ଗୋଡ଼ ପକାଇ ଚାପି ଦେଇଥିଲେ। ଆଉ କାର୍‌ଟି ଡିଭାଇଡର୍‌ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର