ଖାତକୁ ଓଲଟିଲା କାର୍‌, ଅଳ୍ପକେ ବର୍ତ୍ତିଲେ ଦମ୍ପତି, ଶିଶୁକନ୍ୟା

ନାଚୁଣୀ : ୧୬ ନମ୍ବର ଜାତୀୟ ରାଜପଥ କହ୍ନେଇପୁର ଛକ ନିକଟରେ ଆଜି ଏକ କାର୍‌ ରାସ୍ତା କଡ଼ ଖାତକୁ ଓଲଟି ପଡ଼ିଛି। ତେବେ ଏଥିରେ କାର୍‌ରେ ଥିବା ଏକ ଦମ୍ପତି ଶିଶୁକନ୍ୟାଙ୍କ ସହ ଅଳ୍ପକେ ବର୍ତି ଯାଇଛନ୍ତି। ଘଟଣାରୁ ପ୍ରକାଶ ଖୋର୍ଦ୍ଧା ଅଞ୍ଚଳର ତୋଫାନୀ ବେହେରା ଓ ରୁପାଲି ଛାଟ ଏକ ବାଇକ୍‌ରେ ଆସୁଥିବାବେଳେ ହଠାତ୍ ରାସ୍ତା ଉପରେ ଅଟକି ଯାଇଥିଲେ। ଫଳରେ ପଛରେ ଆସୁଥିବା ଏକ କାର୍‌ ବ୍ରେକ ମାରିଥିଲା। ଏଥିରେ ଭାରସାମ୍ୟ ହରାଇ କାର୍‌ଟି ରାସ୍ତାତଳ ଖାତକୁ ଛିଟିକିଯାଇ ଓଲଟି ପଡିଥିଲା। ଏଥିରେ ଥିବା ବ୍ରହ୍ମପୁର ଆମ୍ବପୁଆ ଅଞ୍ଚଳର ସ୍ମୃତିରଂଜନ ରାଉତ, ତାଙ୍କ ପତ୍ନୀ ଓ ଶିଶୁକନ୍ୟାଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁରୀ ଜଗନ୍ନାଥ ଦର୍ଶନ କରି ଏହି ପରିବାର ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ବାଇକ୍‌ ଆରୋହୀ ଯୁବକଯୁବତୀଙ୍କର ସାମାନ୍ୟ ଖଣ୍ଡିଆଖାବରା ହୋଇଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନା ପଠାଯାଇଛି।

ସମ୍ବନ୍ଧିତ ଖବର