ଗୋରୁ ଗାଡ଼ି ଛାଡ଼ି ଖସିଗଲେ ଚୋର

ବାରଙ୍ଗ: କଟକ ଜିଲ୍ଲା ବାଙ୍କୀ ବିଲିପଡ଼ାରୁ ୩ଟି ଗାଈ ଚୋରି କରି ନେଉଥିବା ୬ ଜଣ ଚୋର ଦାରୁଠେଙ୍ଗ ଗାଁରେ ଗୋରୁ ଗାଡ଼ିକୁ ଛାଡ଼ି ଫେରାର ହୋଇଯାଇଛନ୍ତି। ବାରଙ୍ଗ ଥାନା ପୁଲିସ ଉକ୍ତ ଗୋରୁଗାଡ଼ିକୁ ଜବତ କରି ବାଙ୍କୀ ଥାନାକୁ ହସ୍ତାନ୍ତର କରିଛି। ଗାଡ଼ି ଭିତରେ ଥିବା ଭୁଜାଲି, ଲୁହା ରଡ୍‌, ପଥର ଓ ଅନ୍ୟ ମାରଣାସ୍ତ୍ରକୁ ମଧ୍ୟ ପୁଲିସ ଜବତ କରିଛି। ଏହି ଗାଈଚୋର ଗ୍ୟାଙ୍ଗ ଚନ୍ଦକା, ବାରଙ୍ଗ, ବାଙ୍କୀ ଅଞ୍ଚଳରେ ଲୋକଙ୍କ ଗୁହାଳରେ ପଶି ଗୋରୁ ଚୋରି କରୁଥିବା ପୁଲିସକୁ ସୂଚନା ମିଳିଛି। ତେବେ ସେମାନଙ୍କୁ ଖୁବ୍‌ଶୀଘ୍ର କାବୁ କରାଯିବ ବୋଲି ପୁଲିସ କହିଛି। ପୁଲିସ ସୂଚନା ଅନୁଯାୟୀ ଏହି ଗୋରୁ ଚୋରମା‌ନେ ମଙ୍ଗଳବାର ରାତିରେ ବିଲିପଡ଼ା ଗାଁର ରବୀନ୍ଦ୍ର ରାଉତଙ୍କ ଗୁହାଳୁ ୩ଟି ଗାଈଙ୍କୁ ଫିଟାଇ ଏକ ଡାଲା ଅଟୋରେ ଲଦିଥିଲେ। ପରେ ତାଙ୍କ ପଡ଼ୋଶୀଙ୍କ ଗୁହାଳରୁ ଗାଈ ଫିଟାଉଥିବା ବେଳେ ଜଣେ ମହିଳା ଦେଖି ପାଟି କରିଥିଲେ। ଚୋରମାନେ ମହିଳାଙ୍କ ପାଟି ଶୁଣି ଗୁହାଳରୁ ବାହାରି ଗୋରୁ ଲଦିଥିବା ଗାଡ଼ି ଧରି ପଳାଇଥିଲେ। ତେବେ ଉକ୍ତ ଗାଡ଼ିକୁ ରବୀନ୍ଦ୍ର ଓ ତାଙ୍କ ପରିବାର ଲୋକ ବାଇକ୍‌ରେ ପିଛା କରିଥିଲେ। ପରେ ଗାଁ ଲୋକ ପୁସିଆର୍‌କୁ ଫୋନ୍‌ କରିଥିଲେ। ପୁଲିସ ଓ ଗାଁ ଲୋକ ସେମାନଙ୍କୁ ପିଛା କରୁଥିବା ଜାଣି ଚୋରମାନେ ଦାରୁଠେଙ୍ଗ ପଞ୍ଚାୟତ କୃଷ୍ଣନଗର ବସ୍ତିରେ ପଶି ଯାଇଥିଲେ। ସେଠାରେ ସ୍ଥାନୀୟ ଲୋକ ସେମାନଙ୍କୁ ଘେରାଯାଇଥିଲେ। ଫଳରେ ଭୟରେ ସେମାନେ ଗାଡ଼ି ଛାଡ଼ି ଜଙ୍ଗଲକୁ ଦୌଡ଼ି ପଳାଇଥିଲେ। ପିଛା କରୁଥିବା ବାରଙ୍ଗ ଥାନା ପିସିଆର୍‌ ଗୋରୁ ଗାଡ଼ିକୁ ଜବତ କରି ବାଙ୍କୀ ଥାନାକୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର