ଓଡିଏମ୍‌ ମୁନ୍‌ ଉଦ୍‌ଯାପିତ

ଚନ୍ଦ୍ରଶେଖରପୁର : ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ପରିସରରେ ଓଡିଏମ୍‌ ମଡେଲ୍‌ ୟୁନାଇଟେଡ୍‌ ନେସନ୍ସ୍‌ (ଓଡିଏମ୍‌ ମୁନ୍‌) ରବିବାର ଉଦ୍‌ଯାପିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରୁ ୩୫୦ରୁ ଅଧିକ ଛାତ୍ରଛାତ୍ରୀ ଅ˚ଶଗ୍ରହଣ କରି ୧୪୭ ଦେଶରୁ ପ୍ରତିନିଧିତ୍ବ କରିଥିଲେ। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଆମେ ସମସ୍ତେ ଏକ ପରିବାର ଓ ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ନିର୍ଭରଶୀଳ ବୋଲି ବିଶ୍ବବାସୀ ଅନୁଭବ କରିବା ଉଚିତ୍‌। ଏଭଳି ପଦକ୍ଷେପ ମାଧ୍ୟମରେ ବିଶ୍ବର ସମସ୍ତ ସମସ୍ୟା ଦୂର ହୋଇପାରିବ।

ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର୍‌ ଡ. ପି.କେ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ଓଡିଏମ୍‌ମୁନ୍‌’ ମାଧ୍ୟମରେ ସମସ୍ତ ସମସ୍ୟା ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ ବୋଲି କହିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଡ. ମୀନକେତନ ଏହି ତିନିଦିନିଆ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଲେ ‘ଓଡିଏମ୍‌ମୁନ୍‌’ ସମସାମୟିକ ଅନ୍ତର୍ଜାତୀୟ ସମସ୍ୟା ଉପରେ ବିଚାରବିମର୍ଶ କରିବାର ଅନନ୍ୟ ଉଦାହରଣ ସୃଷ୍ଟି କରି ଯୁବ ନେତୃତ୍ବପାଇଁ ଦକ୍ଷତା ବୃଦ୍ଧି କରିପାରିଛି। ବିଦ୍ୟାଳୟର ବରିଷ୍ଠ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏ.ଟି. ମିଶ୍ର, ଯୁଗଳ କିଶୋର ମହାନ୍ତି, ଜ୍ୟୋତ୍ସ୍ନା ମହାପାତ୍ର, ଉପନିର୍ଦ୍ଦେଶକ ସ୍ବୟ˚ସତ୍ୟେନ୍ଦୁ ଓ ଡ. ନିତ୍ୟାନନ୍ଦ ପଟ୍ଟନୟକ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷୟିତ୍ରୀ ବିଶ୍ବବିନିତା ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ। ଗତ ୯ ତାରିଖରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ସିବିଏସ୍‌ଇ ଭୁବନେଶ୍ବର ମଣ୍ଡଳର ଆଞ୍ଚଳିକ ଅଧିକାରୀ ଟି. ମାଟେ ମୁଖ୍ୟଅତିଥି, କେନ୍ଦ୍ରୀୟ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଏ ଟି ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।

ସମ୍ବନ୍ଧିତ ଖବର