ସରିଲା ରାଷ୍ଟ୍ରୀୟ ଏକକ ନାଟକ ଉତ୍ସବ-୨୦୧୯

ନାଟକ ‘ଖେଦ’ ଓ ‘ସହଯାତ୍ରୀ’ ସହ ଉତ୍ସବର ପରଦା ନଇଁଲା

ଭୁବନେଶ୍ବର: ନାଟ୍ୟସଂସ୍ଥା ‘ମିରର୍‌’ ପକ୍ଷରୁ ଭଞ୍ଜକଳା ମଣ୍ଡପ ପ୍ରେକ୍ଷାଳୟରେ ଆୟୋଜିତ ‘୭ମ ରାଷ୍ଟ୍ରୀୟ ଏକକ ନାଟକ ଉତ୍ସବ-୨୦୧୯’ ଆଜି ଶେଷ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ବରର ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ ପକ୍ଷରୁ ପରିବେଷିତ ହୋଇଥିଲା ନାଟକ ‘ଖେଦ’ ଓ ରାଉରକେଲାର ‘ପ୍ରତିଧ୍ବନି’ ନାଟ୍ୟସଂସ୍ଥା ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ନାଟକ ‘ସହଯାତ୍ରୀ’। ନାଟକ ‘ଖେଦ’ର କାହାଣୀ ପାରମିତା ଶତପଥୀ ଲେଖିଥିବା ବେଳେ ନାଟ୍ୟ ନିର୍ଦ୍ଦେଶନା ଓ ନାଟ୍ୟରୂପ ଦେଇଥିଲେ ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର ଏବଂ ଅଭିନୟର ଭାର ସମ୍ଭାଳିଥିଲେ ଅଭିନେତ୍ରୀ ଧରିତ୍ରୀ ଖଣ୍ଡୁଆଳ। ସେହିପରି ‘ସହଯାତ୍ରୀ’ର କାହାଣୀ ନରେନ୍ଦ୍ର ସାହୁ ଲେଖିଥିବା ବେଳେ ନାଟକର ନିର୍ଦ୍ଦେଶନା, ନାଟ୍ୟ ରୂପ ଦେଇଥିଲେ ଲଲାଟେନ୍ଦୁ ରଥ। ନାଟକରେ ଶରତ ଦାସ ଅଭିନୟ କରିଥିଲେ। କାର୍ଯ୍ୟକ୍ରମରେ ଅଭିନେତ୍ରୀ ମାଳବିକା ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉତ୍ସବର ନିର୍ଦ୍ଦେଶକ ଶିବଶଙ୍କର ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ। ମିରର୍‌ର ସଭାପତି ଅଜୟ ମହାପାତ୍ର ଓ ମୃତ୍ୟୁଞ୍ଜୟ ପଣ୍ଡା ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର