କରୋନା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: କରୋନା ପାଇଁ ସମସ୍ତଙ୍କୁ ଘରେ ରହିବାକୁ କୁହାଯାଇଛି। ହେଲେ ସଫେଇ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ରାଜଧାନୀକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ନିୟମିତ କାମ କରିଚାଲିଛନ୍ତି। ଡାକ୍ତର, ପୁଲିସ ଯେପରି କରୋନା ଯୁଦ୍ଧର ଯୋଦ୍ଧା ଭାବେ ଗୁରୁତ୍ବପୂର୍ଣ୍ଣ କାମ କରୁଛନ୍ତି ସେହିପରି ସଫେଇ କର୍ମଚାରୀମାନେ ମଧ୍ୟ ଗୁରୁତ୍ବପୂର୍ଣ୍ଣ କାମ କରୁଛନ୍ତି। ସଫେଇ କର୍ମଚାରୀମାନଙ୍କର ଏହି ମହାନ୍‌ କାମ କାମ ପାଇଁ ଆଜି ଲକ୍ଷ୍ମୀସାଗରସ୍ଥିତ ଗୋପବନ୍ଧୁ କ୍ଲବର ସଦସ୍ୟମାନେ ସ୍ଥାନୀୟ ଅଞ୍ଚଳର ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେମାନଙ୍କୁ ଚେୟାରରେ ବସାଇ ଫୁଲମାଳ ଦେଇ ସମ୍ମାନିତ କରିଛନ୍ତି। ଗୋପବନ୍ଧୁ କ୍ଲବର ରଘୁନାଥ ମନ୍ତ୍ରୀ, ଅକ୍ଷୟ ପରିଡ଼ା, ଯୋଗେନ୍ଦ୍ର ସାହୁ, ରାକେଶ ପାତ୍ର, ଲିଙ୍ଗରାଜ ସାହୁ ଓ ଅନ୍ୟ ସଦସ୍ୟମାନଙ୍କର ଏହି ଭିନ୍ନ ଚିନ୍ତାଧାରାକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର