ଇଞ୍ଜିନିୟରଙ୍କୁ ଦାଦାବଟି ମାଗି ଲାପଟପ୍ ଲୁଟ୍ ମାମଲା: ଦୁର୍ଦ୍ଦାନ୍ତ ବାପି ରାଜ୍ ଗିରଫ

ଭୁବନେଶ୍ବର : ସଫ୍ଟ‌ଓ୍ୱା ଇଞ୍ଜିନିୟର ଅମିୟ ମହାନ୍ତିଙ୍କ ଠାରୁ ହୋଇଥିବା ଲାପ୍‌ଟପ୍‌ ଲୁଟ୍ ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋ‌ଇଛି। ସେ ହେଲା ରାଜଧାନୀର ବହୁ ଆପରାଧିକ ମାମଲାରେ ଜଡ଼ିତ ଦୁର୍ଦ୍ଦାନ୍ତ ବାପି ରାଜ୍‌। ଏହି ମାମଲାରେ ବାପିର ଅନ୍ୟ ସହଯୋଗୀମାନଙ୍କୁ ପୁଲିସ ଠାବ କରିପାରିନାହିଁ। ବିଶେଷକରି ଏହି ମାମଲାରେ ସମ୍ପୃକ୍ତ ଥିବା ବାପି ଗ୍ୟାଙ୍ଗ୍‌ର ଯୁବତୀଙ୍କ ବାବଦରେ ପୁଲିସ ଟେର୍ ପାଇନାହିଁ। ଗତକାଲି ମେିୟ ଲୁଇସ୍‌ ରୋଡ୍‌ରୁ ବଡ଼ଗଡ଼ ବ୍ରିଟ୍ କଲୋନି ଆସୁଥିଲେ। ସେ ବିଜେବିନଗର କ୍ୟାରମ୍‌ ପଡ଼ିଆ ନିକଟରେ ପହଞ୍ଚିଥିବା ବେଳେ ବାପି, ଜଣେ ଯୁବତୀ ଓ ଅନ୍ୟ କିଛି ସହଯୋଗୀ ତାଙ୍କୁ ଅଟକାଇଥିଲେ। ସେମାନେ ଅମିୟଙ୍କୁ ୫ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ହଠାତ୍ ଅମିୟ କିଛି ବୁଝି ପାରିନଥିଲେ ଓ ବଟି ଦେବେ ନାହିଁ ବୋଲି ରୋକ୍‌ଠୋକ୍ ମନା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାପି, ଯୁବତୀ ଓ ଅନ୍ୟମାନେ ତାଙ୍କୁ ମାଡ଼ ମାରି ଆହତ କରିଥିଲେ। ପରେ ସେମାନେ ତାଙ୍କ ଲାପ୍‌ଟପ୍ ଛଡ଼ାଇ ନେଇଥିଲେ। ଏନେଇ ଅମିୟ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ ନିମାପଡ଼ା ଅଞ୍ଚଳର ବାପି ଧଉଳି ଥାନା ନୂଆଗାଁରେ ରହି ଗ୍ୟାଙ୍ଗ୍‌ ଗଢ଼ିଛି। ରାଜଧାନୀରେ ବହୁ ଆପରାଧିକ ମାମଲାରେ ସେ ଓ ତା ଗ୍ୟାଙ୍ଗ୍‌ ସମ୍ପୃକ୍ତ। ତା’ ନାଁରେ ବିଭିନ୍ନ ଥାନାରେ ୮ଟି ମାମଲା ରହିଛି।

ସମ୍ବନ୍ଧିତ ଖବର