ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସିଏସ୍‌ଆର୍ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଦିବ୍ୟାଙ୍ଗମାନଙ୍କୁ ସହାୟତା ଯୋଗାଇଦେବା ନିମନ୍ତେ ଏକ ସିଏସ୍‌ଆର୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କର ସାମାଜିକ ଦାୟିତ୍ୱବୋଧତା କାର୍ଯ୍ୟକ୍ରମ ଅଧୀନରେ ବ୍ୟାଙ୍କ ପକ୍ଷରୁ ଦୃଷ୍ଟିବାଧିତମାନଙ୍କ ପାଇଁ ଓଡ଼ିଶା ଆସୋସିଏସନ ଫର୍ ଦ ବ୍ଲାଇଣ୍ଡକୁ ବ୍ରେଲି ଏମ୍ବୋଜର ଏବଂ ଇଣ୍ଡିଆନ୍ ବ୍ରେଲି ଟ୍ରାନ୍ସଲେଟର ପ୍ରଦାନ କରାଯାଇଥିଲା। ଏହାକୁ ଏନ୍‌ବିଜି-ଓଡ଼ିଶାର ମହାପ୍ରବନ୍ଧକ ବିକ୍ରମ କେଶରୀ ମିଶ୍ର ଓଡ଼ିଶା ଆସୋସିଏସନ ଫର୍ ଦ ବ୍ଲାଇଣ୍ଡର ଭାଇସ୍ ପ୍ରେସିଡେଣ୍ଟ ମହମ୍ମଦ ଜାଫର ଇକ୍‌ବାଲଙ୍କୁ ପ୍ରଦାନ କରିଥିଲେ।

ଏହି ଅବସରରେ ଏନ୍‌ବିଜି-ଓଡ଼ିଶାର ଉପ-ମହାପ୍ରବନ୍ଧକ ଆର୍‌.ଏନ୍ ସରକାର, ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ଏସ୍ ମଳୟ ଦାସ, ଉପ-ଆଞ୍ଚଳିକ ମୁଖ୍ୟ ଅଶୋକ କୁମାର ଜେନା ଓ ଆଞ୍ଚଳିକ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର