ପ୍ରେରଣା ପକ୍ଷରୁ ଜୁନ୍ ୫ରେ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ ଓ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଜୁନ୍ ୫ ବିଶ୍ବ ପରିବେଶ ଦିବସ ଅବସରରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ ଅନୁଷ୍ଠିତ ହେବ। ଯେଉଁମାନେ ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧନା କରାଯିବ। ବୃକ୍ଷପ୍ରେମୀମାନେ ବୃକ୍ଷରୋପଣ ସମ୍ପର୍କରେ ସେମାନଙ୍କ ଅବଦାନ ଜଣାଇବା ସହ ଉକ୍ତ ଦିନ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିବାକୁ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ୍ ବିବୃଦ୍ଧିରେ ଅନୁରୋଧ କରିଛନ୍ତି ।

ଏ ସମ୍ପର୍କରେ ସବିଶେଷ ବିବରଣୀ ଇମେଲ ଆଇଡ଼ି–[email protected]ରେ ପଠାଇବା ସହ ଏ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ମୋ: ୯୪୩୭୨୮୭୮୦୬ ନମ୍ବର ସହ ଯୋଗାଯୋଗ କରିପାରିବେ ବୋଲି ଡଃ ଶ୍ରୀଚନ୍ଦନ ଜଣାଇଛନ୍ତି। ସେହିପରି ଉକ୍ତ ଦିନ ‘ମା’ ପାଇଁ ଗଛଟିଏ’ ଲଗାଇବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର