ଦାରୁଠେଙ୍ଗ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସଙ୍ଗ ଚୂଡ଼ାନ୍ତ ଶୁଣାଣି ଜାନୁଆରି ୧୨ରେ

ଭୁବନେଶ୍ୱର: ଦାରୁଠେଙ୍ଗସ୍ଥିତ ଭୁଆଶୁଣିଠାରେ ବିଏମ୍‌ସିର ପ୍ରସ୍ତାବିତ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନେଇ ୨୦୧୮ ଜାନୁଆରି ୧୨ରେ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲରେ ଶୁଣାଣି ହେବ। ଆଜି ଦାରୁଠେଙ୍ଗ ଗ୍ରାମବାସୀଙ୍କ ପିଟିସନ ଉପରେ ଶୁଣାଣି ହୋଇଥିଲା। ଟ୍ରିବୁନାଲ୍‌ଙ୍କ ନିର୍ଦେଶ ଅନୁଯାୟୀ ଗ୍ରାମବାସୀ ଆବଶ୍ୟକୀୟ ତଥ୍ୟ ଦାଖଲ କରି ନ ଥିବାରୁ ଟ୍ରିବ୍ୟୁନାଲ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଦାରୁଠେଙ୍ଗ ଗ୍ରାମବାସୀ କାହିଁକି ଓ କେଉଁଥିପାଇଁ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟକୁ ବିରୋଧ କରୁଛନ୍ତି ସେନେଇ ସବିଶେଷ ତଥ୍ୟ ୨୦୧୮ ଜାନୁଆରି ୧୨ରେ ଉପସ୍ଥାପନ କରିବାକୁ କୁହାଯାଇଛି। ଯଦି ଦାରୁଠେଙ୍ଗ ଗ୍ରାମବାସୀ ତଥ୍ୟ ଉପସ୍ଥାପନ କରି ନ ପାରନ୍ତି ତେବେ ମାମଲକୁ ଖାରଜ କରି ଦିଆଯିବ ବୋଲି ଟ୍ର୍ରିବୁନାଲ କହିଥିବା ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଶୁଣାଣି ସମୟରେ ବିଏମ୍‌ସି ପକ୍ଷରୁ ଡେପୁଟି କମିସନର ଲଲାଟେନ୍ଦୁ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର