ବିବାହର ପ୍ରତିଶ୍ରୁତି ଦେଇ ନର୍ସଙ୍କୁ ଧୋକା, ଡାଟା ଏଣ୍ଟ୍ରି ଅପରେଟର ଗିରଫ

ଚନ୍ଦ୍ରଶେଖରପୁର : ବିବାହର ମିଛ ପ୍ରତିଶ୍ରୁତି ଦେଇ ଜଣେ ନର୍ସଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଏବଂ ପରବର୍ତ୍ତୀ ସମୟରେ ଧୋକା ଦେବା ଅଭିଯୋଗରେ ସୋମବାର ଇନ୍‌ଫୋସିଟି ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲର ଅସ୍ଥାୟୀ କର୍ମଚାରୀ ଅରଜିତ ଜେନା(୨୪)ଙ୍କୁ ଗିରଫ କରିଛି।

ବାଲିଅନ୍ତା କାକରୁଦ୍ରପୁର ଅଞ୍ଚଳର ଅରଜିତ କ୍ୟାପିଟାଲ ହସ୍ପିଟାଲରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରନ୍ତି। ଅଭିଯୋଗ ଅନୁସାରେ ପଟିଆ ସରକାରୀ ମେଡିକାଲରେ ନର୍ସ ଭା‌ବେ ନିଯୁକ୍ତି ପାଇଥିବା ସୁନୟନା(ଛଦ୍ମନାମ) ଓ ଅରଜିତଙ୍କ ମଧ୍ୟ‌ରେ ଗତବର୍ଷ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କୋଭିଡ୍‌ କାମ ପାଇଁ ଅରଜିତ ପଟିଆ ମେଡିକାଲକୁ ଡ଼୍ୟୁଟିରେ ଆସିବା ବେଳେ ସୁନୟନାଙ୍କୁ ଦେଖି ତାଙ୍କୁ ପ୍ରେମରେ ଫସାଇଥିଲେ। ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏମିତିକି ଅରଜିତ ତାଙ୍କୁ ନେଇ ହୋଟେଲରେ ଅନେକ ରାତି କଟାଇଥିଲେ ବୋଲି ସୁନୟନା ଅଭିଯୋଗ କରିଛନ୍ତି। କିନ୍ତୁ ଅରଜିତ ବିବାହ ଦିନ ଗଡ଼ାଇ ଚାଲିବାରୁ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଅରଜିତ ତାଙ୍କୁ ଗାଳିଗୁଲଜ କରି ଆଉ ପାଖ ମାଡ଼ିନଥିଲେ। ଶେଷରେ ସୁନୟନା ପ୍ରତାରିତ ହୋଇଥିବା ଜାଣିବା ପରେ ଇନ୍‌ଫୋସିଟି ଥାନାର ଆଶ୍ରୟ ନେଇଥିଲେ।

ସମ୍ବନ୍ଧିତ ଖବର