କିମ୍‌ସରେ ଯୋଗଦେଲେ ଡା. ସକିର ଅହମ୍ମଦ

ଚନ୍ଦ୍ରଶେଖରପୁର: ଆଣ୍ଠୁଗଣ୍ଠି ଏବଂ ଇମ୍ୟୁନୋଲୋଜିଷ୍ଟ ବିଭାଗର ବିଶେଷଜ୍ଞ ଡା. ସକିର ଅହମ୍ମଦ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସ (କିମ୍‌ସ)ରେ ଯୋଗ ଦେଇଛନ୍ତି। ଦିବ୍ରୁଗଡ଼ ବିଶ୍ବବିଦ୍ୟାଳୟରୁ ଏମ୍‌ବିବିଏସ୍ କରିବା ପରେ ଆସାମ ମେଡିକାଲ୍ କଲେଜରୁ ଭେଷଜକୁ ସ୍ବତନ୍ତ୍ର ବିଷୟ ଭାବେ ରଖି ଶିକ୍ଷା ଲାଭ କରିଥିବା ଡା. ସକିର ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍ ଇନ‌େଷ୍ଟିଚ୍ୟୁଟ୍, ଲକ୍ଷ୍ନୌରୁ କ୍ଲିନିକାଲ୍ ଇମ୍ୟୁନୋଲୋଜି ଓ ରୁମାଟୋଲୋଜିରେ ଡକ୍ଟରେଟ୍‌ କରିଛନ୍ତି। ସେ ଆଣ୍ଟି ଫାବ୍ରିକ୍ ଏଜେଣ୍ଟ ଫର ସିଷ୍ଟେମିକ୍ ସେଲେରୋସିସ୍, ଭାଡିଡେସନ୍ ଅଫ୍ ଫାଇବ୍ରୋମାୟାଲଜିଆ କ୍ରାଇଟେରିଆ, ମେଟାବୋଲିକ୍ ଷ୍ଟଡିଜ୍ ଇନ୍ ସିଷ୍ଟେମିକ୍ ସେଲେରୋସିସ୍ ଏବଂ ରିଆକ୍ଟିଭ୍ ଆର୍ଥଟାଇସ୍ ଆଦି ଉପରେ ଗବେଷଣା କରି ସଫଳତା ହାସଲ କରିଛନ୍ତି। ଡା. ସକିର ଅହମ୍ମଦ କିମ୍‌ସ‌ରେ ଯୋଗ ଦେବା ପରେ ଓଡ଼ିଶାର ବହୁ ଆଣ୍ଠୁଗଣ୍ଠି ଓ ବିଭିନ୍ନ ପ୍ରକାର ଫାଇବ୍ରୋସିସ୍ ରୋଗୀ ଉପକୃତ ହୋଇପାରିବେ ବୋଲି କିମ୍‌ସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର