‌ସୋଚ୍‌ ପକ୍ଷରୁ ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ବର): ଅଜିମ୍‌ ପ୍ରେମଜୀ ଫାଉଣ୍ଡେସନ୍‌ ସହାୟତାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍‌ ଚିଲଡ୍ରେନ୍‌ (ସୋଚ୍‌) ପକ୍ଷରୁ ଗରିବ ଓ ଅସହାୟମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଭୁବନେଶ୍ବରର ବିଭିନ୍ନ ବସ୍ତି ଓ ଜଟଣୀ ବ୍ଲକ ଅନ୍ତର୍ଗତ ଗ୍ରାମଗୁଡ଼ିକରେ ଥିବା ଦିନମଜୁରିଆ, ଗାଡ଼ି ଚାଳକ, କୁଲି, ବିଧବା ମହିଳା, ଭିନ୍ନକ୍ଷମ ଓ କରୋନାରେ ସଂକ୍ରମିତ ପରିବାରଙ୍କୁ ବର୍ତ୍ତମାନ ସୁଦ୍ଧା ୧ହଜାର ପ୍ୟାକେଟ୍‌ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଭାଗ୍ୟବତୀ ସୁବୁଦ୍ଧିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏହି ମହତ୍‌ କାର୍ଯ୍ୟରେ ସହଯୋଗ କରିଆସୁଛନ୍ତି।

ସମ୍ବନ୍ଧିତ ଖବର