‘କବି ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ସ୍ମୃତିଚାରଣ ସଂଧ୍ୟା’

ଭୁବନେଶ୍ବର: ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଓ କଟକସ୍ଥିତ କଳିଙ୍ଗ ଭାରତୀ ଅନୁଷ୍ଠାନର ମିଳିତ ସହଯୋଗରେ ‘କବି ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ସ୍ମୃତିଚାରଣ ସଂଧ୍ୟା’ ଆଜି ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଳିଙ୍ଗ ଭାରତୀ ସଭାପତି ବିଶିଷ୍ଟ ସାହିତ୍ୟିକ ରଜତ କୁମାର କର ଉଦ୍‌ଘାଟକ ଭାବେ ଯୋଗଦେଇଥିବା ବେଳେ ସଭାପତିତ୍ୱ କରିଥିଲେ ଏକାଡେମି ଉପସଭାପତି ମନ୍ମଥ କୁମାର ଶତପଥୀ। କାର୍ଯ୍ୟକ୍ରମରେ ପ୍ରଭାତ କୁମାର ନନ୍ଦ, ପ୍ରେମାନନ୍ଦ ମହାପାତ୍ର, ଅଂଶୁମାନ କର ଓ ଅନୁପ ମାର୍ଥା ଆଲୋଚକ ଭାବେ ଯୋଗଦେଇ କବି ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶୈଳେନ୍ଦ୍ର ନନ୍ଦ। ସମ୍ମାନିତ ଅତିଥି ଭାବେ ହରୀଶ ଚନ୍ଦ୍ର ବେହେରା, ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ବକ୍ତା ଭାବେ ଇଂ. ଚନ୍ଦ୍ରଶେଖର ନନ୍ଦ ଓ ପ୍ରମୋଦ କୁମାର ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ ହରୀଶ ଚନ୍ଦ୍ର ବେହେରାଙ୍କ ସଂକଳିତ ‘ବିଚ୍ଛନ୍ଦ ଗ୍ରନ୍ଥାବଳୀ’ ଉନ୍ମୋଚିତ ହୋଇଥିଲା। ଏହାସହ ବିଶିଷ୍ଟ କଣ୍ଠଶିଳ୍ପୀ ନାରାୟଣ ରଥ ଓ ସାଥୀଙ୍କ ଦ୍ୱାରା କବି ବିଚ୍ଛନ୍ଦ ଚରଣଙ୍କ ସଙ୍ଗୀତ ପରିବେଷିତ ହୋଇଥିଲା। ଏକାଡେମି ସଚିବ ପ୍ରବୋଧ ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର