ନୂଆ ବିଏମ୍‌ସି କାର୍ଯ୍ୟାଳୟ ପାଇଁ ଉଚ୍ଛେଦ

ଭୁବନେଶ୍ବର : ୟୁନିଟ୍‌-୯ ଅଞ୍ଚଳରେ ବିଏମ୍‌ସିର ନୂତନ କାର୍ଯ୍ୟାଳୟ ପାଇଁ ଜବରଦଖଲ ଉଚ୍ଛେଦ କରାଯାଇଛି। ଆଜି ସକାଳ ସାଢ଼େ ୧୦ଟାରେ ମିଳିତ ଉଚ୍ଛେଦକାରୀ ଦଳ ସେନସୋରି ପାର୍କରେ ବେଆଇନ ଭାବେ ଗଢ଼ି ଉଠିଥିବା ଜବରଦଖଲ ସ୍ଥାନରେ ପହଞ୍ଚିଥିଲେ। ଗୋଟିଏ ବୁଲଡୋଜର୍‌ ଉଚ୍ଛେଦ କାର୍ଯ୍ୟରେ ଲାଗିଥିଲା। ମାତ୍ର ସମୟ ଅଭାବରୁ ସେନସୋରି ପାର୍କର କିଛି ଅଞ୍ଚଳରେ ଉଚ୍ଛେଦ ସମ୍ଭବ ହୋଇଥିଲା। ଏଥିରେ ଗୋଟିଏ କ୍ଲବ୍‌ ଘରର ବିଲ୍ଡିଂ ସହିତ ୨ଟି ଅନ୍ୟ ଘରକୁ ଭାଙ୍ଗି ଦିଆଯାଇଛି। ଉଚ୍ଛେଦ ସ୍ଥଳରେ ବିଡିଏ, ବିଏମ୍‌ସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୁଲିସ ମୁତୟନ ହୋଇଥିଲେ।

ସମ୍ବନ୍ଧିତ ଖବର