ହୋଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ବର : ଆଜି ସଂଧ୍ୟାରେ ମଞ୍ଚେଶ୍ବର ଥାନା ନିକଟରେ ଥିବା ତାରାତାରିଣୀ ଢାବାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କାହାର କିଛି କ୍ଷୟକ୍ଷତି ଘଟି ନଥିଲେ ମଧ୍ୟ ଅଗ୍ନିକାଣ୍ଡ ଯୋଗୁଁ ଢାବା ଭିତରେ ଥିବା ଗ୍ରାହକମାନଙ୍କ ମଧ୍ୟ ଆତଙ୍କ ଖେଳିଯାଇଥିଲା। ମିଳିଥିବା ସୂଚନା ମୁତାବକ, ଢ଼ାବାରେ ରୋଷେଇ ଚାଲିଥିବା ବେଳେ ହଠାତ ତେଲ କଡ଼େଇର ତେଲ ଜଳି ଉଠିଥିଲା। ନିଆଁ ଏତେ ତୀବ୍ର ଥିଲା ଢାବାର ସିଲିଂରେ ଲାଗି ଯାଇଥିଲା। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଓ କେତେକ ସ୍ଥାନୀୟ ଯୁବକ ନିଆଁକୁ ଲିଭାଇଥିଲେ। ନିକଟରେ ଥିବା ହୋଟେଲ ପଦ୍ମିନୀରୁ ନିଆଁ ଲିଭା ଯନ୍ତ୍ର ଆଣି ନରେନ୍ଦ୍ର ପାତ୍ର ନାମକ ଜଣେ ଯୁବକ ନିଆଁକୁ ଲିଭାଇ ଦେଇଥିଲେ। ଏହି କାରଣରୁ ଢାବାଟି ବଡ଼ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିଲା।

ସମ୍ବନ୍ଧିତ ଖବର