ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟଣା: ଅଗ୍ନିଶମ, ଜିଆରପି, ଆରପିଏଫ ସମ୍ମାନିତ

ଭୁବ‌ନେଶ୍ବର: ମାର୍ଚ୍ଚ ୨୧ରେ ପୁରୀ ରେଳ ଷ୍ଟେସନରେ ତପସ୍ୱିନୀ ଏକ୍ସପ୍ରେସର ତିନିଟି ଖାଲି କୋଚରେ ନିଆଁ ଲାଗି ଯାଇଥିଲା। ନିଆଁ ଲିଭାଇବା କ୍ଷେତ୍ରରେ ସ୍ୱତଃସ୍ଫୂର୍ତ୍ତ ଭାବେ ଖୁବଶୀଘ୍ର ଓ ଉତ୍କର୍ଷତାର ସହ କାର୍ଯ୍ୟ ସମ୍ପାଦନ ଏବଂ ସେବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପୁରୀଠାରେ ଥିବା ରାଜ୍ୟ ଅଗ୍ନିଶମ ବିଭାଗ, ସରକାରୀ ରେଳବାଇ ପୁଲିସ(ଜିଆରପି) ଓ ରେଳବାଇ ସୁରକ୍ଷାବଳ (ଆରପିଏଫ) କର୍ମଚାରୀଙ୍କ ପାଇଁ ନଗଦ ରାଶି ପୁରସ୍କାର ଘୋଷଣା କରାଯାଇଥିଲା। ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳର ରେଳବାଇ ପ୍ରବନ୍ଧକ ବ୍ରଜମୋହନ ଅଗ୍ରୱାଲ ଆଜି ପୁରୀଠାରେ ସାହସୀ ସରକାରୀ ରେଳବାଇ ପୁଲିସ ଓ ରେଳବାଇ ସୁରକ୍ଷା ବଳ କର୍ମଚାରୀଙ୍କୁ ନଗଦ ରାଶି ପୁରସ୍କାର ପ୍ରଦାନ କରିଛନ୍ତି। ପୁରୀସ୍ଥିତ ଅଗ୍ନିଶମ ବିଭାଗର ସାହାସୀ କର୍ମଚାରୀଙ୍କ ପୁରସ୍କାର ରାଶିକୁ ଅଗ୍ନିଶମ ବିଭାଗ ପୁଲିସ ମହାନିର୍ଦେଶକଙ୍କ ପାଖକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର