ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଓ ପାଠ୍ୟ ଉପକରଣ ବଣ୍ଟନ

ଭୁବନେଶ୍ବର: ଶୁଭ୍ରମନୀ ଫାଉଣ୍ଡେସନ୍‌ ପକ୍ଷରୁ ଅସହାୟ ଓ ଗରିବ ଛାତ୍ରଛାତ୍ରୀଙ୍କୁ ଡୁମୁଡୁମା ଫେଜ୍‌-୨ ଠାରେ ଖାଦ୍ୟ ଓ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି। ସ୍ପାରଡିକ୍ସ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ମଳୟ ପରିଡ଼ାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଦ୍ଧାର୍ଥ ସାହୁ, ଅମ୍ଳାନଜ୍ୟୋତି ମହାନ୍ତି, ବନ୍ଦନ ତ୍ରିପାଠୀ, ମୃତ୍ୟୁରଞ୍ଜନ ବାରିକ, ଅଭିମନ୍ୟୁ ରାଉତ, ପ୍ରଶାନ୍ତ ଆଚାର୍ଯ୍ୟ, ଅମୋଘ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର