ବିଭିନ୍ନ ଅନୁଷ୍ଠାନରେ ଗୁରୁ ଦିବସ

ରାଜଧାନୀ-୯୧ ଟ୍ରଷ୍ଟ

ଭୁବନେଶ୍ବର: ରାଜଧାନୀ ମହାବିଦ୍ୟାଳୟ ୧୯୯୧ର ସ୍ନାତ୍ତକ ଶ୍ରେଣୀର ପୁରାତନ ସହପାଠୀଙ୍କୁ ନେଇ ଗଠିତ ରାଜଧାନୀ୯୧ ଟ୍ରଷ୍ଟ ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାଧ୍ୟାପକ ହେମନ୍ତ କୁମାର ପରିଜା, ବନମାଳୀ ବାରିକ, ଦାଶ ବେନହୁର୍‌, ସଚ୍ଚିଦାନନ୍ଦ ତ୍ରିପାଠୀ, କମଳାକାନ୍ତ ବଳ ଓ ଜୟନ୍ତୀ ପଣ୍ଡା ପ୍ରମୁଖ ଗୁରୁ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଟ୍ରଷ୍ଟର ସଂଗଠିକା ସ୍ବର୍ଗତ ସ୍ମରଣିକା ଦାସ, ସହପାଠୀ କଲ୍ୟାଣୀ ପରିଜା ଓ ରାମଚନ୍ଦ୍ର ମିଶ୍ରଙ୍କ ସ୍ମୃତିଚାରଣ କରାଯାଇଥିଲା। ଟ୍ରଷ୍ଟର ସଭାପତି ଦେବ ପ୍ରସାଦ ପରିଜା, ଉପସଭାପତି ଅପୂର୍ବ କୁମାର ମହାନ୍ତି, ସଂପାଦିକା ରଞ୍ଜିତା ପାଣିଗ୍ରାହୀ, କାର୍ଯ୍ୟକ୍ରମ ସଂଯୋଜକ ସତ୍ୟପ୍ରିୟ ସାହୁ, ସଭ୍ୟ ରଶ୍ମିତା ଜେନା, ପ୍ରମୋଦା ସାହୁ, ସ୍ମୃତି ମହାନ୍ତି, ରୀନା ବଳିଆରସିଂହ, ସଂଜୀବ ମିଶ୍ର, ସଂଗ୍ରାମ ଦାସ, ସୁଶାନ୍ତ ଦାଶ, କ୍ଷୀରୋଦ ବରାଳ, ସନ୍ଦୀପ ପଟ୍ଟନାୟକ, ସବ୍ୟସାଚୀ ସ୍ବାଇଁ, ପ୍ରେମାନନ୍ଦ ମିଶ୍ର, ଜୟନ୍ତ ଦାଶ, ଆଲୋକ ବିଶୋଇ, ମନମୋହନ ବେହେରା, ସନ୍ତୋଷ ପାଢ଼ୀ, ସୁଦୀପ ମହାନ୍ତି, ପବିତ୍ର ରାଉତରାୟ, ତପନ ରାୟ ଓ ଦିଲ୍ଲୀପ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

ସତ୍ୟନଗର ଲେଡିଜ୍ ଫୋରମ୍

ସତ୍ୟନଗର ଲେଡିଜ୍ ଫୋରମ୍ ପକ୍ଷରୁ ୟୁନିଟ୍-୯ ସ୍ଥିତ ବୁଦ୍ଧମନ୍ଦିର ପରିସରରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଜୟନ୍ତୀ ଓ ଗୁରୁଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସିୱାଇଏସ୍‌ଡିର ମୁଖ୍ୟ ଶ୍ରୀ ଜଗଦାନନ୍ଦ ଯୋଗଦେଇ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଜୟନ୍ତୀ ଓ ଗୁରୁଦିବସ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଫୋରମ୍ ପକ୍ଷରୁ ‘ଅଭିରୁଚି ଗୁରୁ ସମ୍ମାନ-୨୦୨୨’ ପୁରସ୍କାର ଆୟୋଜିତ ହୋଇଯାଇଛି। ଏଥିରେ ୧୦ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ସଙ୍ଗୀତ ନିର୍ଦ୍ଦେଶନାରେ ଲକ୍ଷ୍ମୀଧର ପାଲିତ, ନୃତ୍ୟ ବିଶାରଦ ଗୁରୁ ଗଜେନ୍ଦ୍ର ପଣ୍ଡା, ସାମ୍ବାଦିକ ଓ ସମ୍ବାଦ ବିଶ୍ଳେଷକ ସନ୍ଦୀପ ସାହୁ ମଳୟ ରଞ୍ଜନ ମହାନ୍ତି, ସମାଜସେବୀ ଗଗନ ପାଇଟାଳ, ଶିକ୍ଷାବିତ୍ ଆର୍ତତ୍ରାଣ ମିଶ୍ର, ଭାସ୍କର୍ଯ୍ୟ କୈଳାସ ଚନ୍ଦ୍ର ସାହୁ, ଚଳଚ୍ଚିତ୍ର ନିର୍ଦ୍ଦେଶନା ସନ୍ତୋଷ କୁମାର ପଣ୍ଡା, ସାହିତ୍ୟ ତଥା ସ୍ତମ୍ଭରଚନା ଆଧ୍ୟାପକ ବିଶ୍ୱରଞ୍ଜନ, ସ୍ବାସ୍ଥ୍ୟ ବିଶେଷଜ୍ଞ କ୍ଷେତ୍ରରେ ବିଜୟ କୁମାର ସାମଲ ସମ୍ମାନିତ ହୋଇଥିଲେ। ଅନୁଷ୍ଠାନର ସମ୍ପାଦିକା ଅନୁରାଧା ଦାଶ କାର୍ଯ୍ୟକ୍ରମର ଆୟୋଜକ ଥିବା ବେଳେ ସଭାପତି ପ୍ରତିମା ତ୍ରିପାଠୀ ସଭା ପରିଚାଳନା କରିଥିଲୋ। ସାହିତ୍ୟିକା ଶ୍ରୃତକୀର୍ତ୍ତି ତ୍ରିପାଠୀ ଗୁରୁବନ୍ଦନା କରିଥିଲେ। ଶେଷରେ ସରୋଜିନୀ ପାଣି ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଶୋଭିଦିତା ରାୟ, ଆରାଧନା ସାହୁ, କାଜଲ ମହାପାତ୍ର, ରତ୍ନମଞ୍ଜରୀ ସାମନ୍ତରାୟ, ଜିତ, ଗୋବିନ୍ଦ ପାତ୍ର, ମାନସୀ ପାଢ଼ୀ, ସୋନାଲି ମହାପାତ୍ର, ଅବିନାଶ ରାୟ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ୟୁନିଟ୍‌-୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର

ୟୁନିଟ୍‌-୩ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ବିଦ୍ୟାଳୟ ପରିସରରେ ଗୁରୁଦିବସ ଭକ୍ତି ସହକାରେ ପାଳିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ଶିକ୍ଷକ ସୀତାରାମ ଦାସ ଶାସ୍ତ୍ରୀ ଅତିଥି ଭାବେ ଯୋଗ ଦେଇ ଗୁରୁ ଦିବସ ପାଳନର ତାତ୍ପର୍ଯ୍ୟ ଓ ମହତ୍ତ୍ବ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସଂପାଦକ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଭାପତି ଲକ୍ଷ୍ମୀନାରାୟଣ ରଥ, ଶିକ୍ଷକ ନିରଞ୍ଜନ ସାହୁ, ଚନ୍ଦନ ବାରିକ, ପ୍ରହଲ୍ଲାଦ ସାହୁ, ନୃସିଂହ ବେହୁରା, ରବୀନ୍ଦ୍ର ମହଲା, ଶଶିଭୂଷଣ ପଣ୍ଡା, ହରପ୍ରିୟା ସିଂ, ଶକୁନ୍ତଳା ଦେବୀ, ମମତା ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ରହି ଅଭିଭାଷଣ ରଖିଥିଲେ। ଏହି ଅବସରରେ ନିଖିଲ ନାୟକ, ଅମର ଜ୍ୟୋତି, ଶ୍ରୀରାମ ଦାସ, ମନସ୍ବିନୀ ସାମନ୍ତରାୟଙ୍କ ସମେତ ଛାତ୍ରଛାତ୍ରୀମାନେ ଗୁରୁ ଦିବସ ଉପରେ ବକ୍ତବ୍ୟ ଦେଇଥିଲେ। ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଷ୍ଣୁଚରଣ ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ଆଚାର୍ଯ୍ୟ ଅର୍ଜୁନୀ ଚରଣ ଘଡ଼ାଇ ଧନ୍ୟବାଦ ଦେଇଥିଲେ। ମମତା ରଥ ମଞ୍ଚ ପରିଚାଳନା କରିଥିଲେ।

ଲୟଲା ସ୍କୁଲ

ଭୁବନେଶ୍ବରସ୍ଥିତ ଲୟଲା ସ୍କୁଲରେ ଗୁରୁ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଫାଦର୍‌ ଭିକ୍ଟର୍‌ ମିସ୍‌କ୍ବିଥ୍‌ଙ୍କ ସମେତ ଉପାଧ୍ୟକ୍ଷ, ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦେଇ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନେ ‘ଜୀବନରେ ଗୁରୁଙ୍କ ଭୂମିକା’ ସଂପର୍କିତ ବିଷୟବସ୍ତୁ ଉପରେ ମତ ରଖିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ଅର୍ପିତା ସିଂ ଗୁରୁଙ୍କ ପାଇଁ ତାଙ୍କ ଛାତ୍ରଛାତ୍ରୀ କେତେ ପ୍ରିୟ, ସେ ସମ୍ପର୍କରେ ଏକ କବିତା ପାଠ କରିବା ସହ ଧନ୍ୟବାଦ ଦେଇଥିଲେ।

କେଟି ଗ୍ଲୋବାଲ୍‌ ସ୍କୁଲ୍‌

କେଟି ଗ୍ଲୋବାଲ୍‌ ସ୍କୁଲ୍‌ ପକ୍ଷରୁ ଗୁରୁ ଦିବସ ପାଳନ କରାଯାଇଛି। ଏହି ଉତ୍ସବରେ କେଟି ଗ୍ଲୋବାଲ ସ୍କୁଲ୍‌ ଓ ଆଇଆଇଜି ଏକାଡେମିର ଛାତ୍ରଛାତ୍ରୀମାନେ ମିଶି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମାଜକୁ ବାଟ ଦେଖାଇବାରେ ଗୁରୁଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ଅତିଥିମାନେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଏୟାର କମାଣ୍ଡର ନିରଞ୍ଜନ କୁମାର ପତ୍ରୀ, ଉପଦେଷ୍ଟା ଅରୁଣ କୁମାର ଦାସ, ଏକାଡେମି ନିର୍ଦ୍ଦେଶକ ପୂର୍ଣ୍ଣାଶିଷ ରଥ, ଅଧ୍ୟକ୍ଷା ସବିତା ପଣ୍ଡା, ଉପାଧ୍ୟକ୍ଷା ଅନୁରାଧା ଘୋଷ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

 

ସମ୍ବନ୍ଧିତ ଖବର