ଗୁରୁ ପ୍ରଣାମ ଉତ୍ସବ 

ରାମହରି ଦାସଙ୍କୁ ବାଳକୃଷ୍ଣ ଦାଶ ସମ୍ମାନ

ଭୁବନେଶ୍ୱର : ସୁଷମା ସଂଗୀତ ସଦନ ପକ୍ଷରୁ ଆଜିଠୁ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଛି ସଂଗୀତ ଓ ସମ୍ମାନର ପର୍ବ ‘ଗୁରୁ ପ୍ରଣାମ ଉତ୍ସବ’। ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ରାମହରି ଦାସଙ୍କୁ ବାଳକୃଷ୍ଣ ଦାଶ ସମ୍ମାନ ପ୍ରଦାନ କରାଯାଇଛି।

ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡ.ମିନତି ମିଶ୍ର, ପ୍ରାକ୍ତନ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିବା ସହ ଏହି ସମ୍ମାନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗୀତ ସଦନର ସଭାପତି ଧୀରେନ୍ଦ୍ର କୁମାର ରାୟ ଏବଂ ନିର୍ଦେଶକ ତଥା ସମ୍ପାଦକ ଲକ୍ଷ୍ମୀକାନ୍ତ ପାଲିତ୍‌ ଉପସ୍ଥିତ ଥିଲେ।

ପରେ ସାମୂହିକ ‘ଶିବ ବନ୍ଦନା’ରୁ ଆରମ୍ଭ ହୋଇଥିଲା ସଂଗୀତ ସନ୍ଧ୍ୟା। ତାଙ୍କ ପରେ ରନ୍ଦୀପ ପାଲିତ୍‌, ନନ୍ଦିନୀ, ବନ୍ଦିଶ ପାଲିତ୍‌ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ପରିବେଷଣ କରିଥିଲେ। ମର୍ଦଳରେ ବୁଦ୍ଧନାଥ ସ୍ୱାଇଁ ଏବଂ ତବଲାରେ ବିଶ୍ୱରଂଜନ ନନ୍ଦ ସହଯୋଗ କରିଥିଲେ। ଆସନ୍ତାକାଲି ସୁଗମ ସଂଗୀତ ସନ୍ଧ୍ୟା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର