‘ସମ୍ବାଦ’ରେ ଖବର ପ୍ରକାଶ ପରେ ପବିତ୍ରର ଚିକିତ୍ସା ପାଇଁ ସହାୟତାର ସୁଅ

ଖଣ୍ଡଗିରି : କ୍ୟାନ୍‌ସର ପୀଡ଼ିତ ଗରିବ ବାଳକ ପବିତ୍ର ସ୍ବାଇଁଙ୍କ ଚିକିତ୍ସା ପାଇଁ ଦେଶ ବିଦେଶରୁ ଆର୍ଥିକ ସହାୟତାର ସୁଅ ଛୁଟିଛି। ଆମେରିକା ଓ ନେଦରଲ୍ୟାଣ୍ଡ ଭଳି ବିଦେଶରୁ ବଦାନ୍ୟ ବ୍ୟକ୍ତିମାନେ ଆର୍ଥିକ ସହଯୋଗ କରିଛନ୍ତି। ଫଳରେ ଏକ ଘରୋଇ ହସ୍ପିଟାଲରେ ପବିତ୍ରର ଚିକିତ୍ସା କରାଯାଉଛି। ‘ସମ୍ବାଦ’ରେ ଏହି ଖବର ପ୍ରକାଶ ପାଇବା ପରେ ଏହି ସହାୟତା ମିଳୁ ଥିବାରୁ ପବିତ୍ରର ମା’ ଗୀତା ସ୍ବାଇଁ ଉଭୟ ସମ୍ବାଦ ଓ ବଦାନ୍ୟ ବ୍ୟକ୍ତିମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ, ପେଟପାଟଣା ପାଇଁ ଗଞ୍ଜାମରୁ ଆସି ଗୀତା କଳିଙ୍ଗନଗରରେ ରହି ଦିନମଜୁରିଆ ଭାବେ କାମ କରୁଛନ୍ତି। ଦୁର୍ଭାଗ୍ୟ ତାଙ୍କ ୧୨ବର୍ଷର ପୁଅ ପବିତ୍ର କ୍ୟାନ୍‌ସର ପୀଡ଼ିତ। ଅର୍ଥାଭାବରୁ ଚିକିତ୍ସା କରିପାରୁ ନଥିବା ଗୀତା ସମାଜସେବୀ, ବଦାନ୍ୟ ବ୍ୟକ୍ତି ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସହାୟତା ଲୋଡ଼ିଥିଲେ। ତାଙ୍କ ଦୁଃଖର କାହାଣୀ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ତାଙ୍କ ପାଖକୁ ସହାୟତା ଆସୁଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ହଜାର ଟଙ୍କାର ସହାୟତା ରାଶି ମିଳି ସାରିଲାଣି। ତେବେ ଆଉ କିଛି ସହାୟତା ରାଶି ମିଳି ପାରିଲେ ପବିତ୍ରର ଉଚ୍ଚତର ଚିକିତ୍ସା ହୋଇପାରିବ ବୋଲି ଗୀତା ଆଶା ବାନ୍ଧିଛନ୍ତି।

ସମ୍ବନ୍ଧିତ ଖବର