ନୃତ୍ୟ-ଗୀତ-ଆଲୋଚନାରେ ପାଇକଙ୍କ କଥା

ହେଲ୍‌ପ ମେଟ୍‌ର ଶିଶୁ ସମାରୋହ

ଭୁବନେଶ୍ୱର : ହେଲ୍ପ ମେଟ୍‌ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ଶିଶୁ ସମାରୋହ। ପ୍ରଥମ ସୋପାନରେ ଜୟନ୍ତୀ ରଥଙ୍କ ଅଧ୍ୟକ୍ଷତାରେ ‘ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ’ ସମ୍ପର୍କିତ ଆଲୋଚନାଚକ୍ରରେ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ସମାଜସେବୀ ଜଗନ୍ନାଥ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ମନୋରଂଜନ ପାଣିଗ୍ରାହୀଙ୍କୁ ‘ସାହାଯ୍ୟର ବନ୍ଧୁ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ମଞ୍ଜୁଳା ତ୍ରିପାଠୀ ଅତିଥି ପରିଚୟ ଦେଇଥିବା ବେଳେ ସମ୍ପାଦିକା ନିବେଦିତା ଭଂଜ ବିବରଣୀ ପାଠ କରିଥିଲେ।

ପ୍ରାରମ୍ଭରେ ପାଇକ ବିଦ୍ରୋହ ଏବଂ ଓଡ଼ିଶା ସଂକୃତିକୁ ନେଇ କବିତା ପାଠ ପ୍ରତିଯୋଗିତା କରାଯାଇଥିଲା। ସଚ୍ଚି ମହାନ୍ତି ବିଚାରକ ଭାବେ ଯୋଗଦେଇ କୃତୀ କବିଙ୍କୁ ବାଛିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଟଣୀର ମା’ ଯୋଗମାୟା ପାଇକ ସଂଘର କଳାକାରମାନେ ପାଇକ ନୃତ୍ୟ ପରିବେଷଣ କରି ଆଖିଝଲସା ଅନୁଭୂତି ଦେଇଥିଲେ। ପରେ ଭିନ୍ନକ୍ଷମ ହରିହରଙ୍କ ଓ ସାଥୀଙ୍କ ନୃତ୍ୟ ସମେତ ସ୍ୱାଗତିକା, ଦେବଦାସୀ ନୃତ୍ୟାଳୟର କଳାକାର ଓ ପ୍ରିନ୍ସଙ୍କ ନୃତ୍ୟ ଦେଖିବାକୁ ମିଳିଥିଲା। ଭବାନୀ, ଇତିଶ୍ରୀ, ଡ. ସନ୍ଦୀପ ସଙ୍ଗୀତ ପରିବେଷଣ କରିଥିଲେ। ନିହାରିକା, ତୁଳସୀ, ସୁସ୍ମିତା ଓ ଅନ୍ୟ ସଦସ୍ୟ, ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ସୁଷମା।

ସମ୍ବନ୍ଧିତ ଖବର