ଫାଣ୍ଡିରେ ଥିବା ଗାଡ଼ି ଭିତରକୁ ମହିଳାଙ୍କ ଶବ ଆସିଲା କେମିତି? କଟାମୁଣ୍ଡ ବେଳେ ତତ୍ପର, କଙ୍କାଳ ବେଳକୁ ଚୁପ୍‌!

ପ୍ରେମଚିଠି ଲେଖିଛି କିଏ? ଇଂରାଜୀରେ ଲେଖା ଚିଠିକୁ ନେଇ ଚର୍ଚ୍ଚା

ଭୁବନେଶ୍ବର: ଆଜି ଯାଁଳା ଫାଣ୍ଡି ଭିତରୁ ଏକ ଗାଡ଼ିରୁ ଜଣେ ମହିଳାଙ୍କ କଙ୍କାଳ ମିଳିବା କଥା ପଦାକୁ ଆସିବା ପରେ କମିସନରେଟ୍‌ ପୁଲିସ ଘଟଣାକୁ କାହିଁକି ଲୁଚାଇଥିଲା ବୋଲି ପ୍ରଶ୍ନ ଉଠିଛି। ପ୍ରାୟ ୫ ସପ୍ତାହ ତଳେ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ମୁଣ୍ଡ କାଟି ଚନ୍ଦକାରେ ଫିଙ୍ଗିଦେବା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ତତ୍କାଳୀନ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଯେଉଁଦିନ ଏହି ମାମଲାର ପର୍ଦ୍ଦାଫାସ୍ କଲେ ସେହିଦିନ ଅର୍ଥାତ୍ ଫେବ୍ରୁଆରି ୧୨ ତାରିଖରେ ଯାଁଳା ଫାଣ୍ଡି ଭିତ‌ରେ ଏକ ଜବତ ଗାଡ଼ିରୁ ମିଳିଥିଲା ମହିଳାଙ୍କ କଙ୍କାଳ। ମାତ୍ର ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର କି ଡିସିପି କଙ୍କାଳ ସମ୍ପର୍କରେ ସାମାନ୍ୟତମ ସୂଚନା ଗଣମାଧ୍ୟମକୁ ଦେଇ ନ ଥିଲେ। କଟାମୁଣ୍ଡ ମାମଲାରେ ମହିଳାଙ୍କ ମୁଣ୍ଡବିହୀନ ଶବର ଫଟୋ ସହ ଉଚ୍ଚତା, ରଙ୍ଗ, ବର୍ଣ୍ଣ, ଚିହ୍ନ ଆଦିର ଟିକିନିଖି ସୂଚନା ଗଣମାଧ୍ୟମକୁ ଦିଆଯିବା ସହ ରାଜଧାନୀର ବିଭିନ୍ନ ବସ୍ତିରେ ପୋଷ୍ଟର ମରା ଯାଇଥିଲା। ମହିଳାଙ୍କ ପରିଚୟ ପାଇବା ପାଇଁ ପୁଲିସ ଗଣମାଧ୍ୟମର ଯଥେଷ୍ଟ ସହାୟତା ନେଇଥିଲା।

ଖବର ପ୍ରକାଶିତ ହେବା ପରେ ମୃତଦେହ ସମ୍ପର୍କରେ ପରିବାର ଲୋକ ସୂଚନା ପାଇ ପୁଲିସକୁ ଖବର ଦେବାରୁ ମାମଲାର ପର୍ଦ୍ଦାଫାସ୍ ହୋଇ ପାରିଥିଲା। କିନ୍ତୁ କଙ୍କାଳ ମିଳିବା ଘଟଣାରେ କାହିଁକି କୌଣସି ସୂଚନା ଦେବାକୁ ଉଚିତ୍ ମନେ କରି ନ ଥିଲା ପୁଲିସ? ମୃତକଙ୍କର ପରିଚୟ ପାଇବାକୁ କାହିଁକି ଗଣମାଧ୍ୟମର ସହଯୋଗ ଲୋଡ଼ା ଗଲାନି? କାହିଁକି ଲୁଚାଇବାକୁ ଚେଷ୍ଟା କରିଥିଲେ ବରିଷ୍ଠ ଅଧିକାରୀ? ଫାଣ୍ଡି ଭିତରେ ଘଟଣା ଘଟିଥିବାରୁ ନିଜର ଭାବମୂର୍ତ୍ତି ରକ୍ଷା କରିବାକୁ ଯାଇ ବରିଷ୍ଠ ଅଧିକାରୀ ଚାପି ଦେଇଥିଲେ କି? ଏ ସମ୍ପର୍କରେ ପୁଲିସ କହିଛି, ମହିଳା ଜଣଙ୍କ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିବା ଅନୁମାନ କରାଯାଉଛି। ଦାନ୍ତରୁ ଜଣାପଡୁଛି କ୍ୟାଲସିୟମର ଅଭାବ ରହିଥିଲା ଓ ସେ ଦାନ୍ତ ଘଷୁ ନ ଥିଲେ। କିନ୍ତୁ ମୃତ୍ୟୁ କେମିତି ହେଲା ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ। ତେବେ ପରିଚୟ ପାଇବା ଲାଗି କାହିଁକି ଗଣମାଧ୍ୟମର ସହଯୋଗ ନିଆଗଲା ନାହିଁ ସେ ସମ୍ପର୍କରେ ପୁଲିସ ମୁହଁ ଖୋଲି ନାହିଁ।

କାହିଁକି ଲୁଚାଉଥିଲେ ବରିଷ୍ଠ ଅଧିକାରୀ? ଏବେ ବି ଗାଡ଼ିରୁ ବାହାରୁଛି ଦୁର୍ଗନ୍ଧ

ଭୁବନେଶ୍ବର: ଆଜି ଯାଁଳା ଫାଣ୍ଡି ଭିତରୁ ଏକ ଗାଡ଼ିରୁ ଜଣେ ମହିଳାଙ୍କ କଙ୍କାଳ ମିଳିବା କଥା ପଦାକୁ ଆସିବା ପରେ କମିସନରେଟ୍‌ ପୁଲିସ ଘଟଣାକୁ କାହିଁକି ଲୁଚାଇଥିଲା ବୋଲି ପ୍ରଶ୍ନ ଉଠିଛି। ପ୍ରାୟ ୫ ସପ୍ତାହ ତଳେ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ମୁଣ୍ଡ କାଟି ଚନ୍ଦକାରେ ଫିଙ୍ଗିଦେବା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ତତ୍କାଳୀନ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଯେଉଁଦିନ ଏହି ମାମଲାର ପର୍ଦ୍ଦାଫାସ୍ କଲେ ସେହିଦିନ ଅର୍ଥାତ୍ ଫେବ୍ରୁଆରି ୧୨ ତାରିଖରେ ଯାଁଳା ଫାଣ୍ଡି ଭିତ‌ରେ ଏକ ଜବତ ଗାଡ଼ିରୁ ମିଳିଥିଲା ମହିଳାଙ୍କ କଙ୍କାଳ। ମାତ୍ର ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର କି ଡିସିପି କଙ୍କାଳ ସମ୍ପର୍କରେ ସାମାନ୍ୟତମ ସୂଚନା ଗଣମାଧ୍ୟମକୁ ଦେଇ ନ ଥିଲେ। କଟାମୁଣ୍ଡ ମାମଲାରେ ମହିଳାଙ୍କ ମୁଣ୍ଡବିହୀନ ଶବର ଫଟୋ ସହ ଉଚ୍ଚତା, ରଙ୍ଗ, ବର୍ଣ୍ଣ, ଚିହ୍ନ ଆଦିର ଟିକିନିଖି ସୂଚନା ଗଣମାଧ୍ୟମକୁ ଦିଆଯିବା ସହ ରାଜଧାନୀର ବିଭିନ୍ନ ବସ୍ତିରେ ପୋଷ୍ଟର ମରା ଯାଇଥିଲା। ମହିଳାଙ୍କ ପରିଚୟ ପାଇବା ପାଇଁ ପୁଲିସ ଗଣମାଧ୍ୟମର ଯଥେଷ୍ଟ ସହାୟତା ନେଇଥିଲା। ଖବର ପ୍ରକାଶିତ ହେବା ପରେ ମୃତଦେହ ସମ୍ପର୍କରେ ପରିବାର ଲୋକ ସୂଚନା ପାଇ ପୁଲିସକୁ ଖବର ଦେବାରୁ ମାମଲାର ପର୍ଦ୍ଦାଫାସ୍ ହୋଇ ପାରିଥିଲା।

କିନ୍ତୁ କଙ୍କାଳ ମିଳିବା ଘଟଣାରେ କାହିଁକି କୌଣସି ସୂଚନା ଦେବାକୁ ଉଚିତ୍ ମନେ କରି ନ ଥିଲା ପୁଲିସ? ମୃତକଙ୍କର ପରିଚୟ ପାଇବାକୁ କାହିଁକି ଗଣମାଧ୍ୟମର ସହଯୋଗ ଲୋଡ଼ା ଗଲାନି? କାହିଁକି ଲୁଚାଇବାକୁ ଚେଷ୍ଟା କରିଥିଲେ ବରିଷ୍ଠ ଅଧିକାରୀ? ଫାଣ୍ଡି ଭିତରେ ଘଟଣା ଘଟିଥିବାରୁ ନିଜର ଭାବମୂର୍ତ୍ତି ରକ୍ଷା କରିବାକୁ ଯାଇ ବରିଷ୍ଠ ଅଧିକାରୀ ଚାପି ଦେଇଥିଲେ କି? ଏ ସମ୍ପର୍କରେ ପୁଲିସ କହିଛି, ମହିଳା ଜଣଙ୍କ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିବା ଅନୁମାନ କରାଯାଉଛି। ଦାନ୍ତରୁ ଜଣାପଡୁଛି କ୍ୟାଲସିୟମର ଅଭାବ ରହିଥିଲା ଓ ସେ ଦାନ୍ତ ଘଷୁ ନ ଥିଲେ। କିନ୍ତୁ ମୃତ୍ୟୁ କେମିତି ହେଲା ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ। ତେବେ ପରିଚୟ ପାଇବା ଲାଗି କାହିଁକି ଗଣମାଧ୍ୟମର ସହଯୋଗ ନିଆଗଲା ନାହିଁ ସେ ସମ୍ପର୍କରେ ପୁଲିସ ମୁହଁ ଖୋଲି ନାହିଁ।

ଏବେ ବି ଗାଡ଼ିରୁ ବାହାରୁଛି ଦୁର୍ଗନ୍ଧ
ଚମଡ଼ା ଲାଗି ଶୁଖି ଯାଇଥିବା ମୃତେଦହ(ମମିଫାଏଡ୍ ବଡି) ଯେଉଁ ମହିନ୍ଦ୍ରା ଏକ୍ସୟୁଭି ଗାଡ଼ି(ଓଡି୦୨-ଡି-୩୭୩୭)ରୁ ମିଳିଥିଲା, ଏବେ ବି ସେଥିରୁ ଦୁର୍ଗନ୍ଧ ବାହାରୁଛି। ପଚା ମାଂସର ଦୁର୍ଗନ୍ଧ ବାରି ହୋଇ ପଡ଼ୁଛି। ଗାଡ଼ିରୁ ଫେବ୍ରୁଆରି ୧୨ରେ ମୃତଦେହ ମିଳିଥିଲା। ମାସକ ପରେ ଦୁର୍ଗନ୍ଧ ବାହାରୁଥିବାରୁ ମହିଳାଙ୍କ ମୃତ୍ୟୁ ପରେ ପ୍ରବଳ ଦୁର୍ଗନ୍ଧ ବାହାରୁଥିବ ବୋଲି ସ୍ପଷ୍ଟ ହୋଇଯାଇଛି। କିନ୍ତୁ ଫାଣ୍ଡିର କେହି କର୍ମଚାରୀ କେମିତି ଜାଣିପାରିଲେ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।

 

ସମ୍ବନ୍ଧିତ ଖବର