ରାଜଧାନୀରେ ବେଧଡକ ଭାବେ ଚାଲିଛି ନିଶା କାରବାର : ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଅଣ୍ଟା ଭିଡିଲେ ରସୁଲଗଡ ଅଂଚଳର ସ୍ଥାନୀୟ ବାସିନ୍ଦା, ଡ୍ରଗ୍‌ସ ବେପାରୀକୁ ଧରି ପୁଲିସ ଜିମା ଦେଲେ ଲୋକେ

ଭୁବନେଶ୍ୱର : ରାଜଧାନୀରେ ନିଶା କାରବାର ବଢିବାରେ ଲାଗିଛି। ଡ୍ରଗସ, ଗଂଜେଇ, ବ୍ରାଉନସୁଗାର ବେପାର ବେଧଡକ ଚାଲିଛି ରାଜଧାନୀ ଭୁବନେଶ୍ୱରରେ। କଲେଜ ପଢୁଆ ଯୁବକଙ୍କଠୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ବର୍ତମାନ ଏହି ନିଶା କବଳରେ। ତେବେ ଏହି ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଅଂଟା ଭିଡିଛନ୍ତି ରସୁଲଗଡ ଅଂଚଳର ସ୍ଥାନୀୟ ବାସିନ୍ଦା। ଖୋଜି ଖୋଜି ଡ୍ରଗସ ବେପାରିଙ୍କୁ କାବୁକରି ପୁଲିସ ପାଖରେ ଜିମା ଦେଉଛନ୍ତି।

udaipurtimes.com

ଆଜି ଜଣେ ଡ୍ରଗସ ବେପାରିକୁ ଟାର୍ଗେଟ୍ କରି ମିଳିମିଶି କାବୁକରିଛନ୍ତି ସ୍ଥାନୀୟ ବାସିନ୍ଦା। ଉକ୍ତ ବେପାରିକୁ କାବୁ କରିବା ସହ ସେହି ବେପାରିଙ୍କ ଠାରୁ ଡ୍ରଗସ କିଣିବା ପାଇଁ ଆସିଥିବା ଜଣେ ଗ୍ରାହକଙ୍କୁ ମଧ୍ୟ କାବୁ କରିଛନ୍ତି। ବେପାରି ଜଣକ ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ପୁଡିଆ ଗୋଟାକୁ ୫୦୦ ଟଙ୍କାରେ ବିକ୍ରି କରିଥିବା ନେଇ କ୍ୟାମେରା ଆଗରେ ସ୍ୱୀକାର ମଧ୍ୟ କରିଛି। କାବୁ କରିଥିବା ଉଭୟ ବେପାରିଙ୍କୁ ମଂଚେଶ୍ୱର ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି।

ସମ୍ବନ୍ଧିତ ଖବର