ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ, ସୋମାକ୍‌ରେ ‘ଗଣମାଧ୍ୟମରେ ଲିଙ୍ଗଗତ ବୈଷମ୍ୟ’ ଆଲୋଚନାଚକ୍ର

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ‘ସମ୍ବାଦ ସ୍କୁଲ ଅଫ ମିଡିଆ ଆଣ୍ଡ କଲଚର୍‌’ (ସୋମାକ୍‌) ପକ୍ଷରୁ ଶନିବାର ଏକ ଆଲୋଚନାଚକ୍ର ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ‘ଗଣମାଧ୍ୟମରେ ଲିଙ୍ଗଗତ ବୈଷମ୍ୟ’ ଶୀର୍ଷକ ଏହି ଆଲୋଚନା‌ରେ ଅଧ୍ୟକ୍ଷ ଗୌରହରି ଦାସ ସଭାପତିତ୍ବ କରିଥିଲେ। ସୋମାକ୍‌ର ପୂର୍ବତନ ଛାତ୍ର ତଥା ଜି-ସାର୍ଥକ୍‌ର ଫିକ୍ସନ୍‌ ବିଭାଗ ମୁଖ୍ୟ ଶ୍ରୀଜିତ୍‌ ଶତପଥୀ ଅତିଥି ଭାବେ ଯୋଗଦେଇ ସମାଜରୁ ଲିଙ୍ଗଗତ ବୈଷମ୍ୟ ଦୂର କରିବାରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରିଥିଲେ। ଆଜିର ଯୁବପିଢ଼ି ସାମ୍ବାଦିକତା ଜଗତ ବିଷୟରେ ଭଲ ଭାବେ ପରିଚିତ ହେବା ସହ ନିଜକୁ ଉଚିତ ସ୍ଥାନରେ ଉପସ୍ଥାପିତ କରାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। କଲେଜର ପୁରାତନ ଛାତ୍ରୀ ଶତରୂପା ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅଧ୍ୟାପିକା ଅମ୍ରିତା କୁଣ୍ଡୁ ସ୍ବାଗତ ଅଭିଭାଷଣ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ସନ୍ଦର୍ଭ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ଆଭା ଆନନ୍ଦିତା, ଲିପନ କୁମାର ହୋତା, ସାଗରିକା ସ୍ବାଇଁ ଓ ରବିଶଙ୍କର ବାରିକ ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ଶେଷରେ ଅଧ୍ୟାପିକା ଅଦିତି ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର