ଡିଏଭି ୟୁନିଟ୍‌-୮ ଅଧ୍ୟକ୍ଷା ଭାବେ ଇପ୍‌ସିତା ଦାସଙ୍କ ଯୋଗଦାନ

ଭୁବନେଶ୍ୱର : ୟୁନିଟ୍‌-୮ ଡିଏଭି ସ୍କୁଲ୍‌ର ନୂତନ ଅଧ୍ୟକ୍ଷା ଭାବେ ଇପ୍‌ସିତା ଦାସ ଯୋଗଦାନ କରିଛନ୍ତି। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ସ୍ୱାଗତ ସମ୍ବର୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପୂର୍ବରୁ ଶ୍ରୀମତୀ ଦାସ କଟକ ସିଡିଏସ୍ଥିତ ଡିଏଭି ସ୍କୁଲ୍‌ରେ ଅଧ୍ୟକ୍ଷା ଥିଲେ। ବିଦ୍ୟାଳୟର ମ୍ୟାନେଜର ଡ. ଡି ଏନ୍‌ ମିିଶ୍ର ତାଙ୍କୁ ଜଣେ ଦକ୍ଷ ପ୍ରଶାସକ, କର୍ତବ୍ୟନିଷ୍ଠ ଓ ସୁସଂଗଠିକା ଭାବେ ଦର୍ଶାଇଥିଲେ। ବରିଷ୍ଠ ଶିକ୍ଷକ ଦେବବ୍ରତ ଧଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ସଭାପତି ମଦନ ମୋହନ ପଣ୍ଡା, ଡିଏ.ଭି ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ, ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ମମତା ବାନାର୍ଜୀ, ଅନ୍ୟ ଡିଏଭି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ/ଅଧ୍ୟକ୍ଷା, ଅଭିଭାବକ ପ୍ରମୁଖ ଶ୍ରୀମତୀ ଦାସଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର