ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ଶୋକସଭା ; ଯୁବ ସାମ୍ବାଦିକଙ୍କ ଗୁରୁ ଚାଲିଗଲେ ’

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ଆଜି ଇଡକଲ ଅଡିଟୋରିୟମ୍‌ରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ତାଙ୍କ ସ୍ମୃତିଚାରଣ ପାଇଁ ସାମ୍ବାଦିକଙ୍କଠାରୁ ଆରମ୍ଭ କରି ରାଜନେତା, ପ୍ରଶାସକ, ସମାଜସେବୀ, ଶିକ୍ଷାବିତ୍ ଓ ଉଦ୍ୟୋଗୀମାନେ ଏକାଠି ହୋଇଥିଲେ। ସ୍ବର୍ଗତ ଶତପଥୀ ଓଡ଼ିଶା ସାମ୍ବାଦିକତା ଜଗତର ଜଣେ ଉଜ୍ଜଳ ନକ୍ଷତ୍ର ଥିଲେ। ଅର୍ଥନୀତି ଓ ରାଜନୀତି ବିଷୟରେ ତାଙ୍କ ଭଲ ଦଖଲ ରହିଥିଲା। ଟିଭି ବିତର୍କରେ ଆଲୋଚନା ବେଳେ ସବୁବେଳେ ନିରପେକ୍ଷ ଭାବେ ନିଜର ମତ ରଖୁଥିଲେ। ନିଜର ଦେହ ଖରାପ ହୋଇଥିବା ସତ୍ବେ ସେ କଦାପି ଅନ୍ୟକୁ ନିଜ ସଂପର୍କରେ କହି ସମବେଦନା ସାଉଣ୍ଟିବାକୁ ଚାହୁଁ ନ ଥିଲେ। ଏକାଧିକ ସାମ୍ବାଦିକତା ଶିକ୍ଷାନୁଷ୍ଠାନ ସହିତ ଜଡ଼ିତ ସ୍ବର୍ଗତ ଶତପଥୀ ସାମ୍ବାଦିକତା ଛାତ୍ର ସୃଷ୍ଟି କରିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଯୁବ ସାମ୍ବାଦିକଙ୍କ ଗୁରୁଙ୍କୁ ହରାଇଲା ବୋଲି ଅତିଥିମାନେ ମତ ରଖିଛନ୍ତି।

ଆଜିର ଏହି ସ୍ମୃତିସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ, ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଇସ୍ପାତ, ଖଣି) ରାଜ କୁମାର ଶର୍ମା, ଉନ୍ନୟନ କମିସନର ସୁରେଶଚନ୍ଦ୍ର ମହାପାତ୍ର, ଅର୍ଥ ସଚିବ ଅଶୋକ କୁମାର ମୀନା, ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ମହାନିର୍ଦେଶକ ବିଜୟ ଶର୍ମା, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅନୁପ ସାହୁ, ଆଇଜି (କ୍ରାଇମବ୍ରାଞ୍ଚ) ଅରୁଣ ବୋଥ୍ରା, ଲୋକସଂପର୍କ ବିଭାଗର ନିର୍ଦେଶକ କୃପାସିନ୍ଧୁ ମିଶ୍ର, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଶାସକ ଅରବିନ୍ଦ ‌ବେହେରା, ‘ସମାଜ’ର ସଂପାଦକ ବାମାପଦ ତ୍ରିପାଠୀ, ‘ପ୍ରମେୟ’ ସଂପାଦକ ଗୋପାଳକୃଷ୍ଣ ମହାପାତ୍ର, ଓଡ଼ିଶା ଭାସ୍କରର ପରିଚାଳନା ନିର୍ଦେଶକ ମଧୁ ମହାନ୍ତି, ଓରଟେଲ କମ୍ୟୁନିକେସନ୍‌ର ମୁଖ୍ୟ ଜଗି ମଙ୍ଗତ ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଦିଲ୍ଲୀପ ହାଲି, ପ୍ରସନ୍ନ ମହାନ୍ତି, ଶ୍ରୀମୟ କର, ସୁବ୍ରତ ଦାସ, ସନ୍ଦୀପ ସାହୁ, ଅଶୋକ ଦାସ, ସନ୍ଦୀପ ମିଶ୍ର, ପ୍ରଦୀପ ଚୌଧୁରୀ, ଅକ୍ଷୟ ପତି, ଜୀମୂତ ମଙ୍ଗରାଜ, ସନତ ମିଶ୍ର, ଧୀରେନ୍ଦ୍ର ମିଶ୍ର, ସୌମ୍ୟଜିତ ପଟ୍ଟନାୟକ, ଭକ୍ତ ତ୍ରିପାଠୀ, ରାଧା ମାଧବ ମିଶ୍ର, ଅଶୋକ ମହାପାତ୍ର, ଜିତେନ୍ଦ୍ର ପଟ୍ଟନାୟକ, ସୁଭାଷ ପଟ୍ଟନାୟକ, ବସନ୍ତ ଦାସ, ରବି ଦାସ, ନାଗଶ୍ବେର ପଟ୍ଟନାୟକ, ଜିତେନ୍ଦ୍ର ପଟ୍ଟନାୟକ, ଅଧ୍ୟାପକ ଗୋପାଳ ମହାପାତ୍ର, ସୌମିତ୍ର ପଟ୍ଟନାୟକ, ଅଧ୍ୟାପକ ଟିକାୟତ ନାୟକ, ପୂର୍ବତନ ପିସିସ ସଭାପତି ପ୍ରସାଦ ହରିଚନ୍ଦନ, ବିଜେପି ନେତା ସମୀର ମହାନ୍ତି, ସିପିଆଇ ନେତା ନାରାୟଣ ରେଡ୍ଡି, କଳିଙ୍ଗ ସେନାର ହେମନ୍ତ ରଥ, କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସମାଜବାଦୀ ପାର୍ଟିର ରବି ବେହେରା, ଯୁଧିଷ୍ଠିର ଜେନା, ହାଉସିଂବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ବିଜୟ ନାୟକ, ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ, ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ସଭାପତି ମୁକ୍ତିକାନ୍ତ ମିଶ୍ର, ସୋଆ ବିଶ୍ବବିଦ୍ୟାଳୟର ଡିନ୍(ଛାତ୍ର ମଙ୍ଗଳ) ଜ୍ୟୋତିରଂଜନ ଦାସ ଓ ତେଜେଶ୍ବର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶ୍ରଦ୍ଧାଞ୍ଜଳି ସଭାକୁ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ସଂଚାଳନ କରିଥିଲେ। ଏହାର ମୁଖ୍ୟ ଆୟୋଜନ ଦାୟିତ୍ବ ତୁଲାଇଥିଲେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର, କେ.ରବି, ପ୍ରତାପ ସାମଲ ଓ ପ୍ରଦ୍ୟୁମ୍ନ ମହାନ୍ତି।

ସମ୍ବନ୍ଧିତ ଖବର