ଟ୍ରେନ୍ ଧକ୍କାରୁ ଅଳ୍ପକେ ବର୍ତ୍ତିଲେ ଝିଅ ସହ ଦମ୍ପତି

ଚନ୍ଦ୍ରଶେଖରପୁର : ଅସାବଧନତା ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତିଯାଇଛନ୍ତି ଦମ୍ପତିଙ୍କ ସହ ତାଙ୍କ ୮ବର୍ଷର ଝିଅ। ମଞ୍ଚେଶ୍ବର ରେଲୱେ ଷ୍ଟେସନ୍‌ରେ ରେଳଧାରଣା ପାର ହେଉଥିବା ଏହି ଅଘଟଣ ଘଟିଛି। ଆଜି ମଧ୍ୟାହ୍ନରେ ପୁରୀ-ହାୱଡା ଟ୍ରେନ୍‌ରେ ନରାଜ ମାର୍ଥାପୁର ଯିବାପାଇଁ ମଞ୍ଚେଶ୍ବର ଶିଳ୍ପାଞ୍ଚଳ କଲୋନିରୁ କପିଳା ପ୍ରଧାନ ଓ ତାଙ୍କ ପତ୍ନୀ ସୁମିତ୍ରା ପ୍ରଧାନ ଝିଅ ସହ ମଞ୍ଚେଶ୍ବର ଷ୍ଟେସନ୍‌ରେ ପହଞ୍ଚିଥିଲେ। ଟ୍ରେନ୍‌ ୨ ନମ୍ବର ପ୍ଲାଟ୍‌ଫର୍ମରେ ଆସୁଥିବା ଜାଣି ସେମାନେ ପାଦଚଲା ସିଡ଼ିରେ ନଯାଇ ରେଳଧାରଣା ଉପରେ ଚାଲିଚାଲି ପ୍ଲାଟ୍‌ଫର୍ମ ଉପରେ ଚଢ଼ୁଥିବା ବ‌େଳେ ଅନ୍ୟ ଟ୍ରାକ୍‌ରେ ଆସୁଥିବା ଏକ ଏକ୍ସପ୍ରେସ୍ ଟ୍ରେନ୍‌ ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲା। ଏହାଦେଖି ପ୍ରଥମେ କିଛି ଯୁବକ ଚିତ୍କାର କରି ସେମାନଙ୍କୁ ହଟିଯିବାପାଇଁ କହିଥିଲେ। ପରେ ସେମାନଙ୍କ ହାତଧରି ଉପରକୁ ଟାଣିଆଣିବାରୁ ସପରିବାର ସାମାନ୍ୟ ଆହତ ହୋଇଥିଲେ। ନିକଟସ୍ଥ ଏକ ଘରୋଇ କ୍ଲିନିକ୍‌ରେ ଚିକିତ୍ସିତ ହେବାପରେ ସଂଧ୍ୟାରେ ଟ୍ରେନ୍ ଯୋଗେ ସେମାନେ ନରାଜ ଯାଇଥିଲେ।

ସମ୍ବନ୍ଧିତ ଖବର