କବିକନ୍ୟା ସ୍ମୃତି ସମାରୋହ

ଭୁବନେଶ୍ୱର: କବିକନ୍ୟା ସ୍ମୃତି ପରିଷଦ ପକ୍ଷରୁ ଆଜି ‘କବିକନ୍ୟା ସ୍ମୃତି ସମ୍ମାନ ସମାରୋହ-୨୦୧୮’ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭା ଆରମ୍ଭରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଅଭିନେତା ଦେବୁ ବୋଷ ଓ କବିକନ୍ୟାଙ୍କ ସ୍ମୃତିରେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ, ମେୟର ଅନନ୍ତ ନାରାୟଣ ଜେନା, ସମ୍ମାନିତ ବକ୍ତା ଭାବେ କବି ସୌଭାଗ୍ୟବନ୍ତ ମହାରଣା ଓ ମୁଖ୍ୟବକ୍ତା ଭାବେ ଗାଳ୍ପିକ ପ୍ରକାଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅୟସ୍‌କାନ୍ତଙ୍କ ଭୂମା:ଭୂମି:ଭୂମିକା ପୁସ୍ତକର ଉନ୍ମୋଚନ କରାଯାଇଥିଲା। ଏଥିରେ ଅୟସକାନ୍ତ ସ୍ୱାଗତ ଭାଷଣ ଦେଇଥିଲେ। ଗଳ୍ପକଳ୍ପ ସମ୍ମାନ ମନୋଜ କୁମାର ଦଳବେହେରା, କବିକନ୍ୟା କବିତାକଳ୍ପ ସମ୍ମାନ ସୁଶ୍ରୀ ଲିପାରେଖା ମହାପାତ୍ର, କବିକନ୍ୟା ସ୍ମୃତି ପୁରସ୍କାର-୨୦୧୮ କେ.ଶ୍ୟାମ୍‌ବାବୁ ଦୋରା ଓ କବିକନ୍ୟା ଅଶେଷ ସମ୍ମାନ ଦୀପକ କୁମାର ଦେ, ଭାଗ୍ୟଶ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ସମାରୋହର ଦ୍ୱିତୀୟ ଅଧିବେଶନରେ କବିତା ପାଠ କରାଯାଇଥିଲା। ଏଥିରେ ଅନୁଷ୍ଠାନର ସଭାପତି ଶଙ୍କର ପରିଡା, ସଂଯୋଜକ ଚନ୍ଦ୍ରବିଜୟୀ ମିଶ୍ର ଓ ଅଙ୍ଗୁରବାଳା ପରିଡ଼ା ଉପସ୍ଥିତ ଥିଲେ। ସୁଭଦ୍ରା ପ୍ରିୟଦର୍ଶନୀ ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର