ସାରା ବିଶ୍ବରେ ଆତଙ୍କ ଖେଳାଇ ଥିବା କରୋନା ଭୂତାଣୁ ସଂକ୍ରମଣ ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ କଳିଙ୍ଗ ଡେୟାରଡେଭିଲ୍ସର ସାଇକ୍ଲୋଥନ

ଭୁବନେଶ୍ବର : ସାରା ବିଶ୍ବରେ ଆତଙ୍କ ଖେଳାଇ ଦେଇଛି କରୋନା ଭୂତାଣୁ। ଏହି ଭୟାବହ ଭୂତାଣୁ ସଂକ୍ରମଣ ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ କଳିଙ୍ଗ ଡେୟାରଡେଭିଲ୍ସ ସଂଗଠନ ପକ୍ଷରୁ ଏକ ଦୁଇ ଦିନିଆ ସାଇକ୍ଲୋଥନ ଆୟୋଜିତ ହୋଇଛି। ବୁଧବାର ରାଜ୍ୟ ଗୃହ, ଶକ୍ତି ଏବଂ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହାର ଶୁଭାରମ୍ଭ କରିଥିଲେ। ସେ ମଧ୍ୟ କଳିଙ୍ଗ ଡେୟାରଡେଭିଲ୍ସର ସାଇକେଲ୍ ଚାଳକଙ୍କ ସହ ମାଷ୍ଟରକ୍ୟାଣ୍ଟିନ୍ ଠାରୁ ରାଜମହଲ ଛକ ଯାଏ ସାଇକେଲ ଚଳାଇ ଯାଇଥିଲେ। ଏହି ସାଇକ୍ଲୋଥନକୁ ଲିଙ୍ଗରାଜ ମନ୍ଦିର, ପିପିଲି, ସାତଶଙ୍ଖ, ସାକ୍ଷୀଗୋପାଳ ଏବଂ ପୁରୀରେ ସ୍ୱାଗତ କରାଯାଇଥିଲା। ଏଥିରେ ପଞ୍ଚମ୍ୟାନ ଅଫ୍ ଓଡ଼ିଶାର ସଭାପତି ଡା. ସତ୍ୟପୀର ପଧାନଙ୍କ ସହ ସମ୍ପାଦକ ସ୍ୱରାଜ କୁମାର ରାଉତ, ମଳୟ କୁମାର ମେହେର, ନୃସିଂହ ଚରଣ ପଣ୍ଡା, ଯୋଗେଶ୍ୱର ନାଏକ, ଅମନ ଛତ୍ରିଆ, ସଚିନ ବେହେରା, ହିତେଶ କୁମାର ମେହେର, ସାଗର ମଲ୍ଲିକ, ସୌମିତ୍ରୀ ବାଗ, ସାହିଲ ଆଫ୍ରିଦ, ପ୍ରଦୀପ ସିଂହ, ରଞ୍ଜନ ପଧାନ, ଅମରେନ୍ଦ୍ର କୁମାର ବାବୁ, ସିଦ୍ଧାର୍ଥ କେଶରୀ ପ୍ରଧାନ, ସଂଗ୍ରାମ ପଧାନ, ଶୁଭଶଙ୍କର ସାହୁ, ଦେବବ୍ରତ ଦାସ, ଡା. ସିଦ୍ଧାର୍ଥ ଶଙ୍କର ସାହୁ ପ୍ରମୁଖ ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମକୁ କଳିଙ୍ଗ ଡେୟାରଡେଭିଲ୍ସ ଏବଂ ପୁରୀ ନେହରୁ ଯୁବ କେନ୍ଦ୍ର ଆୟୋଜନ କରିଛନ୍ତି।

ସମ୍ବନ୍ଧିତ ଖବର