କିଶୋର ବାସା ‘ଟାଗୋର ନ୍ୟାସନାଲ ଫେଲୋ’ ମନୋନୀତ

ଭୁବନେଶ୍ୱର: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଉତ୍କଳ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର କିଶୋର କୁମାର ବାସା ସମ୍ମାନଜନକ ‘ଟାଗୋର ନ୍ୟାସନାଲ ଫେଲୋ’ ଭାବେ ମନୋନୀତ ହୋଇଛନ୍ତି। ସେ ମେ’ ପହିଲାରୁ ଭୋପାଳସ୍ଥିତ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟରେ ଦୁଇବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଊନ୍ନବିଂଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ନୃତତ୍ତ୍ୱ ଓ ସଂଗ୍ରହାଳୟର ପରିବର୍ତ୍ତନ ଧାରା ଉପରେ ଗବେଷଣା କରିବେ। ପୂର୍ବରୁ ଭୋପାଳ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ, କୋଲକାତା ଇଣ୍ଡିଆନ୍‌ ମ୍ୟୁଜିୟମ୍‌ ଏବଂ ଆନେ୍ଥ୍ରାପୋଲୋଜିକାଲ ସେର୍ଭ ଅଫ୍‌ ଇଣ୍ଡିଆର ପୂର୍ବତନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ସେ ପ୍ରଶଂସିତ ହୋଇଛନ୍ତି।

ସମ୍ବନ୍ଧିତ ଖବର