ମେଡଲାଇଫ୍‌ର ହେଲ୍‌ଥ ଫର୍ ଦି ନେସନ୍ କ୍ୟାମ୍ପେନ୍

ବାଙ୍ଗା‌ଲୋର: ‌ଅନଲାଇନ୍ ଫାର୍ମାସି ଏବଂ ଇ-ଡାଇଗ୍ନୋଷ୍ଟିକ୍ କମ୍ପାନି ମେଡଲାଇଫ୍ ପକ୍ଷରୁ ହେଲଥ୍ ଫର୍ ଦି ନେସନ୍ ନାମରେ ଏକ କ୍ୟାମ୍ପେନ୍ ଆରମ୍ଭ ହୋଇଛି। ଦେଶରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କମ୍ପାନି ଏଭଳି ଅଭିଯାନ କରୁଛି। ଜନସାଧାରଣ କେବଳ ଏକ ନୂଆ ସରକାର ଚୟନ କରୁନାହାନ୍ତି ବରଂ ଏକ ସୁସ୍ଥ ଭାରତ ଗଠନ ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି ବୋଲି ଏହି ଅଭିଯାନ ମାଧ୍ୟମରେ ବାର୍ତା ଦିଆଯାଉଛି। ଏହି ଅଭିଯାନ ମାଧ୍ୟମରେ ଲୋକମାନଙ୍କୁ ସେମାନଙ୍କ ନିର୍ବାଚନ କାଳି ଲାଗିଥିବା ଆଙ୍ଗୁଠିର ଚିତ୍ର ହେଲଥ୍ ଫର୍ ଦି ନେସନ୍ ହ୍ୟାସଟ୍ୟାଗ୍ ସହିତ ଅପଲୋଡ୍ କରିବା ପାଇଁ ଉତ୍ସାହିତ କରାଯାଉଛି ବୋଲି କମ୍ପାନିର ପ୍ରତି‌ଷ୍ଠାତା ତଥା ସିଇଓ ତୁଷାର କୁମାର ଏବଂ ଅଭିନେତା ବୋମନ ଇରାନୀ କହିଛନ୍ତି।

ସମ୍ବନ୍ଧିତ ଖବର