କିସ୍‌ରେ ସାହିତ୍ୟ ଅକାଦେମିର ଜାତୀୟ ଆଲୋଚନାଚକ୍ର, ଓଡ଼ିଶାର ଜନଜାତି ସମାଜ ଓ ସ˚ସ୍କୃତି ସାହିତ୍ୟରେ ପ୍ରତିଫଳିତ

ଭୁବନେଶ୍ବର: ଜନଜାତିର କଥାକୁ ନେଇ ଓଡ଼ିଆ ସାହିତ୍ୟ ଅଧିକ ସମୃଦ୍ଧ। ଜନଜାତିଙ୍କ ସମସ୍ୟା ଓ ପ୍ରସଙ୍ଗକୁ ନେଇ ଓଡ଼ିଆ ଭାଷାରେ ଅନେକ ମୂଲ୍ୟବାନ ପୁସ୍ତକ ରଚିତ ହୋଇଛି। ରାମାୟଣ ଓ ମହାଭାରତରେ ମଧ୍ୟ ଜନଜାତିଙ୍କ ସଂସ୍କୃତି ଓ ପରମ୍ପରା ରହିଛି। ସାହିତ୍ୟ ଅକାଦେମି ଓ କିସ୍‌ ବିଶ୍ବବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍୍‌-୩ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ସାହିତ୍ୟରେ ପ୍ରତିଫଳିତ ଓଡ଼ିଶାର ଜନଜାତି ସମାଜ ଓ ସ˚ସ୍କୃତି’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଉଦ୍‌ଘାଟକ ଭାବେ ଯୋଗଦେଇ ଏହା କହିଛନ୍ତି ବିଶିଷ୍ଟ ଔପନ୍ୟାସିକା ତଥା ଜ୍ଞାନପୀଠ ବିଜେତା ଡ. ପ୍ରତିଭା ରାୟ। ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ତଳୀ ଆବାହକ ଡକ୍ଟର ବିଜୟାନନ୍ଦ ସି˚ହଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଘାଟନୀ ଅଧିବେଶନରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ। ଶ୍ରୀ ରାଓ କହିଥିଲେ ଯେ ଜନଜାତିର ଭାଷା ଅନନ୍ୟ। ଓଡ଼ିଆ ସାହିତ୍ୟରେ ଜନଜାତିଙ୍କ କଥା ବେଶ୍‌ ସ୍ପଷ୍ଟ। ଓଡ଼ିଆ ସାହିତ୍ୟ ସମଗ୍ର ଭାରତୀୟ ସାହିତ୍ୟର ଅନ୍ବେଷକ। କିସ୍‌ ବିଶ୍ବବିଦ୍ୟାଳୟର କୁଳପତି ହରେକୃଷ୍ଣ ଶତପଥୀ ମୂଳ ଭାଷଣ ପ୍ରଦାନ କରିଥିବାବେଳେ ଧନ୍ୟବାଦ ଦେଇଥିଲେ କୁଳସଚିବ ପ୍ରଶାନ୍ତ କୁମାର ରାଉତରାୟ। ଦୁଇଦିନିଆ ଆଲୋଚନାଚକ୍ରର ବିଭିନ୍ନ ଅଧିବେଶନରେ ଦେବାଶିଷ ପାତ୍ର, ପରମାନନ୍ଦ ପଟେଲ, ସବିତା ପ୍ରଧାନ, ରଞ୍ଜନ ପ୍ରଧାନ, ଆନ୍‌ପା ମାରାଣ୍ତି, କ୍ଷୀରୋଦ ଚନ୍ଦ୍ର ବେହେରା, ଦମୟନ୍ତୀ ବେଶ୍ରା, ଜଗବନ୍ଧୁ ସାମଲ, ରୁଦ୍ରାଣୀ ମହାନ୍ତି, ରଞ୍ଜନ ମହୁରିଆ, ସଦାନନ୍ଦ ଅଧାରି, ତୃପ୍ତି ମିଶ୍ର, ଦେବହୁତି ପଟ୍ଟନାୟକ, ମିଲନ୍‌ ମହାନ୍ତ, ରଶ୍ମିତା ତ୍ରିପାଠୀ ପ୍ରମୁଖ ସନ୍ଦର୍ଭ ପାଠ କରିଥିଲେ। ଏହି ଅଧିବେଶନଗୁଡ଼ିକରେ ସଭାମୁଖ୍ୟ ଭାବେ ଯୋଗ ଦେଇଥିଲେ ମହେନ୍ଦ୍ର କୁମାର ମିଶ୍ର, ବସନ୍ତ କୁମାର ପଣ୍ତା, ଗଦାଧର ପରିଡ଼ା ଏବଂ ମଦନ ମୋହନ ସୋରେନ୍‌।

ଆଜି ଆୟୋଜିତ ଉଦ୍‌ଯାପନୀ ଅଧିବେଶନରେ କିସ୍‌ର କୁଳପତି ହରେକୃଷ୍ଣ ଶଥପଥୀ ଓ ଉପ କୁଳପତି ନିହାର ରଂଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ବିଜୟାନନ୍ଦ ସିଂହ ସଭାକୁ ଅଧ୍ୟକ୍ଷତା କରିଥିବା ବେଳେ ଅକାଦେମିର କୋଲକାତା ଆଞ୍ଚଳିକ ସଚିବ ଦେବେନ୍ଦ୍ର କୁମାର ଦେବେଶ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର