‘ନୋ ୟୋର୍ ମାଇଣ୍ଡ’ ଉନ୍ମୋଚିତ

ଭୁବନେଶ୍ବର: ସ୍ବାମୀ ଆନନ୍ଦ ସରସ୍ବତୀଙ୍କ ଦ୍ବାରା ଲିଖିତ ଓ ରୋମାନିଆନ୍ ଭାଷାରେ ଅନୂଦିତ ପୁସ୍ତକ ‘ନୋ ୟୋର୍ ମାଇଣ୍ଡ’ ରୋମାନିଆରେ ଉନ୍ମୋଚିତ ହୋଇଯାଇଛି। ଏଥିରେ ରୋମାନିଆରେ ଥିବା ଭାରତୀୟ ଦୂତବାସର ରାଷ୍ଟ୍ରଦୂତ ରାହୁଲ ଶ୍ରୀବାସ୍ତବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମାନବୀୟ ଭାବପ୍ରବଣତା, ଦୈନନ୍ଦିନ ଜୀବନରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ଅବସାଦ ଓ ଏହାର ନିରାକରଣ ବିଷୟରେ ଆଲୋଚନା ହୋଇଥିଲା। ଏହାସହ ଦୁଇ ଦେଶ ମଧ୍ୟରେ ରହିଥିବା ସାଂସ୍କୃତିକ ଏବଂ ରାଜନୈତିକ ସଂପର୍କ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।

କାର୍ଯ୍ୟକ୍ରମରେ ଲେଖକ ସ୍ବାମୀ ଆନନ୍ଦ ସରସ୍ବତୀଙ୍କ ସମେତ ବହୁ ଭାରତୀୟ ନାଗରିକ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ସ୍ବାମୀ ଆନନ୍ଦ ଯୋଗ, ବେଦାନ୍ତ ଉପରେ ୩୦ରୁ ଅଧିକ ପୁସ୍ତକ ଲେଖି ସାରିଛନ୍ତି। ଏହା ସହ ସେ ଯୋଗ ବିଦ୍ୟା ଏବଂ ବିଶ୍ବାମିତ୍ର ଇଣ୍ଟର୍‌ନ୍ୟାସନାଲ୍‌ ଗ୍ରୁପ୍‌ର ସଂସ୍ଥାପକ ଭାବେ କାର୍ଯ୍ୟ କରୁଛନ୍ତି। ଯୋଗ ଏବଂ ବେଦାନ୍ତର ପ୍ରଚାରପ୍ରସାର ନେଇ ସ୍ବାମୀଜୀ ୟୁରୋପଠାରୁ ଆରମ୍ଭ କରି ବିଶ୍ବର ଅନ୍ୟସ୍ଥାନକୁ ଭ୍ରମଣ କରୁଛନ୍ତି।

ସମ୍ବନ୍ଧିତ ଖବର